ପଞ୍ଜାବରେ ଆପର ଦିଲ୍ଲୀ ଫର୍ମୁଲା, ବର୍ଦ୍ଧିତ ବିଜୁଳି ଦର ପ୍ରସଙ୍ଗରେ ଆନ୍ଦୋଳନ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ ଆଦମୀ ପାର୍ଟିର ରାଜନୀତି । ବର୍ଦ୍ଧିତ ବିଜୁଳି ଦର ଓ ବିଜୁଳି କାଟ୍ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛନ୍ତି ଆପ୍ ନେତା ଓ କର୍ମୀ । ମୋହାଲିରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଫାର୍ମ ହାଉସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆମ ଆଦମୀ ଦଳର କାର୍ଯ୍ୟକର୍ତ୍ତା । ପଞ୍ଜାବରେ ବାରମ୍ବାର ବିଜୁଳି କାଟ୍ ହେଉଥିବାରୁ ଲୋକେ ନାନା ସମସ୍ୟାରେ ପଡୁଛନ୍ତି । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଆପ୍ ।

ସେପଟେ ବିକ୍ଷୋଭ ସମୟରେ ଆପ୍ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଭଳିକି ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ କରିଥିଲା ପୋଲିସ । ଆସନ୍ତାବର୍ଷା ପଞ୍ଜାବରେ ହେବାକୁ ଅଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଦିଲ୍ଲୀ ଫର୍ମୁଲା ଆପଣେଇଛି ଆପ୍ । ବର୍ଦ୍ଧିତ ବିଜୁଳି ଦର ଓ ବିଜୁଳି କାଟ୍ ବିରୋଧରେ ମୋର୍ଚ୍ଚା ଖୋଲିଛି ଆମ ଆଦମି ପାର୍ଟି । ଯଦି ପଞ୍ଜାବରେ ଆପ୍ ସରକାର ଆସେ ତେବେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଜୁଳି ସେବା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।

Leave a Reply