ଆପ୍ ମନ୍ତ୍ରୀଙ୍କ ଇସ୍ତଫା, ଦେଲେ ଚାଞ୍ଚଲ୍ୟକର ବୟାନ

1 min read

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରର ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ, ଯେଉଁଠି ଲୋକେ ହିନ୍ଦୁ ଦେବାଦେବୀଙ୍କ ବହିଷ୍କାର କରିବାର ଶପଥ ନେଇଥିଲେ । ଏହାକୁ ନେଇ ବିଜେପି ଆପ୍‌ ସରକାରକୁ ଟାର୍ଗେଟ୍ କରି ଆସୁଥିଲା ।
ରାଜେନ୍ଦ୍ର ପାଲ ଗୌତମ ଇସ୍ତଫା ସହିତ ଏକ ଚିଠି ମଧ୍ୟ ଲେଖିଛନ୍ତି ।

ସେ କହିଛନ୍ତି ଯେ ଘଟଣା ପରେ ମୋତେ ଏବଂ ମୋ ପରିବାରକୁ ଧମକ ମିଳୁଛି ଦେଉଛନ୍ତି । ମୁଁ ପାର୍ଟିର ଜଣେ ସିପାହୀ । ମୁଁ ନିଜ ସମାଜର ହକ୍‌ର ଲଢେଇ ପାଇଁ ଆଗାମୀ ସମୟରେ ବି ଲଢେଇ କରିବି । ମୁଁ ଚାହେଁ ନାହିଁ ମୋ କାରଣରୁ ପାର୍ଟିର ଛବି ମଳିନ ପଡୁ । ଗତ କିଛି ବର୍ଷରେ ଦେଖୁଛି ମୋ ସମାଜର ଭଉଣୀ-ଝିଅଙ୍କ ଦୁଷ୍କର୍ମ ସହ ସେମାନଙ୍କର ହତ୍ୟା କରାଯାଉଛି ।

କେଉଁଠି ନିଶ ରଖିଲେ ହତ୍ୟା କରାଯାଉଛି ତ ଆଉ କେଉଁଠି ମନ୍ଦିର ପ୍ରବେଶ କଲେ ଅପମାନ ସହ ମାଡ ମରାଯାଉଛି । ଏପରିକି ମାଠିଆ ଛୁଇଁ ଦେଲେ ମାରି ଦିଆଯାଉଛି । ଘୋଡାରେ ବରଯାତ୍ରୀ ବାହାର କଲେ ଆକ୍ରମଣ କରାଯାଉଛି । ଏମିତି ଜାତିଗତ ଭେଦଭାବ ଘଟଣାରେ ମୋ ହୃଦୟକୁ ବହୁତ ଆଘାତ ପହଞ୍ଚିଛି ବୋଲି ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି ।