ପୁଅ ପରେ ବାପା ରିମାଣ୍ଡରେ, ପୋଲିସ ଉଗାରିବ ପାଠକ୍‌ ସାମ୍ରାଜ୍ୟର ଅନେକ ଗୁମର

Pathak Father And Son Produced In Brahmapur SDJM Court

ଭୁବନେଶ୍ୱର: ସ୍କାଏ କିଙ୍ଗ ଠକେଇ ମାମଲା । ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେଲା ଖାରବେଳ ନଗର ଥାନା ପୋଲିସ । ୨ ଦିନିଆ ରିମାଣ୍ଡ ପାଇଁ ଖାରବେଳ ନଗର ଥାନା ପୋଲିସ ଆବେଦନ କରିଥିବା ବେଳେ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତେବେ ଅଭୟଙ୍କୁ ଜେରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି । କାରଣ ପୁଅ ଆକାଶ ପାଠକ୍‌କୁ ଜେରା ପରେ ପାଠକ୍‌ ସାମାଜ୍ୟର ଅନେକ ଗୁମର ଖୋଲିଥିଲା । ଟାଟା ମୋଟର୍ସ ନାଁରେ ଠକେଇ କରୁଥିବା ବେଳେ ଅଭୟକାନ୍ତ ତାଙ୍କୁ ସହଯୋଗ କରୁଥିବା କଥା ସାମ୍ନାକୁ ଆସିଥିଲା । ଏମିତିକି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଳାକାରନାମାର ଗୁମର ମଧ୍ୟ ଫିଟିଥିଲା । ତେବେ ଆକାଶଙ୍କ ବୟାନକୁ ଆଧାର କରି ପୋଲିସ ଅଭୟକାନ୍ତଙ୍କୁ ରିମାଣ୍ଡରେ ନେଇଛି । ଅଭୟକାନ୍ତଙ୍କଠାରୁ ଆହୁରି ଅନେକ ତଥ୍ୟ ଉଗାରିବ ବୋଲି ପୋଲିସ ଆଶା ରଖିଛି । ଏହି ଠକେଇ ପଛରେ ଆଉ କେଉଁମାନେ ସହଯୋଗ କରୁଥିଲେ ସେମାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି ।

ସେପଟେ ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଏବେ ଜେଲ୍‌ରେ ଅଛନ୍ତି ଆକାଶ ପାଠକ । ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା । ପରେ ଜେଲ୍‌କୁ ପଠାଯାଇଛି ।

ସ୍କାଏକିଙ୍ଗରେ ୬୫ ଲକ୍ଷ ଠକେଇ କଥା ସେ ସ୍ୱୀକାର କରିଛନ୍ତି । ଖାଲି ସେତିକି ନୁହେଁ ଟାଟା କମ୍ପାନୀରେ ଏମଡି ନଥିବା କଥା ମଧ୍ୟ ମାନିଛନ୍ତି ଜୁନିୟର ପାଠକ୍‌ । ଏପରିକି କିଭଳି ଆକାଶ ଟାଟାର ଫେକ ଲେଟର ତିଆରି କରିଥିଲେ ? କିଭଳି ଟାଟାର ଜିଏସ୍‌ଟି ନମ୍ବର ବ୍ୟବହାର କରି ଠକେଇର ଜାଲ ବିଛାଇଥିଲେ ? ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଠକେଇ କରିବାକୁ ଜିଏସ୍‌ଟି ନମ୍ବର ବ୍ୟବହାର କରୁଥିଲେ ଆକାଶ । ଆଶାୟୀ ଚାକିରି ପ୍ରାର୍ଥୀ ଓ କମ୍ପାନୀଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଟାଟା କମ୍ପାନୀର ଜିଏସ୍‌ଟି ନମ୍ବରକୁ ବ୍ୟବହାର କରିବା ଜୁନିଅର ପାଠକଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା । ଜେରା ବେଳେ ଏ ସବୁ କଥା ମାନିଛନ୍ତି ଆକାଶ ।

14.77 Core Transaction Done In Arrested IFS Abhay Kant Pathak’s Son Akash Bank Account

Leave a Reply