spot_img

Latest Posts

ଏବେବି ଅଭିନନ୍ଦନଙ୍କୁ ଖୋଜୁଛନ୍ତି ପାକିସ୍ତାନୀ, ଗୁଗଲର ସର୍ବାଧିକ ସର୍ଚ୍ଚ ଲିଷ୍ଟରେ ଅଛନ୍ତି ଭାରତୀୟ ଓ୍ୱିଙ୍ଗ୍ କମାଣ୍ଡର

ନୂଆଦିଲ୍ଲୀ: ପାକିସ୍ତାନ ବିମାନକୁ ଧ୍ୱଂସ କରିଥିବା ତଥା ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ୨୦୧୯ରେ ପାକିସ୍ତାନରେ ବହୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସେ ପାକିସ୍ତାନରେ ଗୁଗଲ ସର୍ଚ୍ଚରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶୀର୍ଷରେ ଥିବା ଜଣାପଡିଛି । ପାକିସ୍ତାନରେ ଅଧିକ ଲୋକ ତାଙ୍କୁ ଖୋଜିଛନ୍ତି । ତେବେ ତାଙ୍କ ସହ ଲିଷ୍ଟରେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଓ ଗାୟକ ଅଦନାନ୍ ସାମି ମଧ୍ୟ ସାମିଲ ଅଛନ୍ତି ।

ବଲିଉଡ୍ରେ ସାରା ପ୍ରଥମେକେଦାରନାଥଫିଲ୍ମ ଜରିଆରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ଏହାପରେ ତାଙ୍କୁ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଅଫର ମିଳିବାରେ ଲାଗିଛି

Related image

ସେହିପରି ଗତ ଫେବୃୟାରୀରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଏୟାର ଷ୍ଟ୍ରାଇକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ସେ ବାଲାକୋଟ ଏୟାର ଷ୍ଟ୍ରାଇକରେ ପାକିସ୍ତାନ ବିମାନ ଧ୍ୱଂସ କରିବା ସହ ପାକିସ୍ତାନ ସୀମାକୁ ଚାଲି ଯାଇଥିବାରୁ ପାକ୍ସେନା ତାଙ୍କୁ ବନ୍ଦୀ କରି ରଖିଥିଲେ ବହୁ ବାଦ ବିବାଦ ପରେ ପାକ୍ସେନା ତାଙ୍କୁ ଛାଡ଼ିଦେଇ ଥିଲେ ଏହାପରେ ତାଙ୍କୁ କିଛିଦିନ ବିରତି ଦିଆଯିବା ପରେ ଏବେ ପୁଣିଥରେ ତାଙ୍କୁ ବାୟୁସେନା ବିମାନ ଉଡାଇବାକୁ ଦିଆଯାଇଛି

Image result for abhinandan varthaman

Latest Posts

Don't Miss