ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକ ମାରିବେ ଏହି ଭାରତୀୟ ଖେଳାଳି !

1 min read

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଏସିଆ କପ । ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଭାରତ । ୟୁଏଇକୁ ୯ ଓ୍ବିକେଟରେ ପରାସ୍ତ କରି ବିଶାଳ ବିଜୟ ହାସଲ କରିଛି । ପରବର୍ତ୍ତୀ ମ୍ୟାଚ ଭାରତ ନିଜର ପାରିବାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚଟି ବେଶ ରୋମାଞ୍ଚକ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ସବୁବେଳେ ଭାରତ-ପାକିସ୍ତାନ ଦେଖିବା ଲାଗି ପ୍ରଶଂସକମାନେ ଭିଡ଼ ଜମାଇଥାନ୍ତି । ଆଉ ଏଥର ଏସିଆ କପରେ ପାକିସ୍ତାନକୁ ଭାରତ ପରାସ୍ତ କରିବ ବୋଲି ଭାରତୀୟ ପ୍ରଶଂସକମାନେ ଆଶା ରଖିଛନ୍ତି ।

କ୍ରିକେଟ ବିଶେଷଞ୍ଜମାନେ ଆଶା ରଖିଛନ୍ତି କି, ପାକିସ୍ତାନ ବିପକ୍ଷ ମ୍ୟାଚରେ ବଡ଼ ସ୍କୋର କରିବ ଭାରତ । ଆଉ ଯୁବ ଓପନର ଅଭିଶେକ ଶର୍ମା ଶତକ ହାସଲ କରିବେ । ୟୁଏଇ ବିପକ୍ଷ ମ୍ୟାଚରେ ଅଭିଶେକ ଶର୍ମା ଭଲ ଆରମ୍ଭ କରିଥିଲେ । ସେ ମାତ୍ର ୧୬ ବଲରୁ ୩୦ ରନ କରିଛନ୍ତି । ଟି-୨୦ରେ ୧୯୩.୫୦ ରହିଛି ଅଭିଶେକ ଶର୍ମାଙ୍କ ଷ୍ଟ୍ରାଇକ ରେଟ୍ । ଟି-୨୦ରେ ଦୁଇଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଅଭିଶେକ ଶର୍ମା । ପ୍ରଥମରୁ ଘାତକ ବ୍ୟାଟିଂ କରୁଥିବାବେଳେ ବିଶ୍ବର ବଡ଼ ବଡ଼ ବୋଲରମାନେ ମଧ୍ୟ ତାଙ୍କୁ ବୋଲିଂ କରିବା ପାଇଁ ଡରନ୍ତି । ୟୁଏଇ ବିପକ୍ଷ ମ୍ୟାଚର ପ୍ରଥମ ବଲରେ ଛକା ମାରି ଚର୍ଚ୍ଚାରେ ରହିଥିଲେ ଅଭିଶେକ ଶର୍ମା । ଯଦି ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିକ ସମୟ ପଡ଼ିଆରେ ରୁହନ୍ତି ତାହେଲେ ଶତକ ନିଶ୍ଚିତ ବୋଲି ପୂର୍ବତନ କ୍ରିକେଟରମାନ; ନିଜର ମତ ଦେଇଛନ୍ତି ।