spot_img

Latest Posts

ମହାନଦୀ ଭିତରେ ନିର୍ମାଣ ହେବ ପ୍ରାୟ ୨୫ଟି ଇନ୍‌-ଷ୍ଟ୍ରିମ ଷ୍ଟୋରେଜ୍

ଭୁବନେଶ୍ୱର: ନଦୀ ଭିତରେ ଜଳ ସଂରକ୍ଷଣ। ଖରାଦିନେ ନଦୀପାଣି ଶୁଖିଗଲେ ଏହି ଜଳ କାମରେ ଲାଗିବ। ପାନୀୟଜଳ, ଅତିରିକ୍ତ ଜଳସେଚନ ଓ ବିଜୁଳି ଉତ୍ପାଦନରେ ଲାଗିବ ନଦୀ ଭିତରେ ସଂରକ୍ଷିତ ଜଳ। ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଋଷିକୁଲ୍ୟା ଆଦି ନଦୀରେ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ୍ ନିର୍ମାଣ ପାଇଁ ୧୧ହଜାର ୭୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ପରିଚାଳନା ଦାୟିତ୍ୱ ନେଇଛି ଜଳସମ୍ପଦ ବିଭାଗ। ପ୍ରଥମ ପର୍ଯ୍ୟାୟରେ ସାଢେ ୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ତେଲ୍‌ ଓ ରେତ ନଦୀରେ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ୍ ପାଇଁ ଟେଣ୍ଡର ସରିଥିବା ବେଳେ ପାରାଦୀପରୁ ହୀରାକୁଦ ପର୍ଯ୍ୟନ୍ତ ମହାନଦୀରେ ଇନ୍‌-ଷ୍ଟ୍ରିମ ସ୍ଥାନ ଚିହ୍ନଟ ପାଇଁ ଚାଲିଛି ସର୍ଭେ।

୨୦୨୫ ସୁଦ୍ଧା ରାଜ୍ୟର ବିଭିନ୍ନ ନଦୀରେ ପ୍ରାୟ ୪୦ଟି ଇନ୍‌-ଷ୍ଟ୍ରିମ ଷ୍ଟୋରେଜ୍ ନିର୍ମାଣ ଯୋଜନା ରହିଛି। ଜଳ ସଂରକ୍ଷଣ ପାଇଁ ବଡ଼ବଡ଼ ଡ୍ୟାମ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ,ଜଙ୍ଗଲ ଓ ପରିବେଶ ଅନୁମତି ଆଦି ସମସ୍ୟା ଥିବା ବେଳେ ନଦୀ ଭିତରେ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ ପାଇଁ ଏସବୁ ନାହିଁ। ବନ୍ୟା ନିୟନ୍ତ୍ରଣରେ ଏହା ଏତେଟା ସହାୟକ ନହେଲେ ବି ନଦୀରେ ପାଣି କମିଗଲେ ଚାଷ, ବିଜୁଳି ଓ ପାନୀୟଜଳ ପ୍ରକଳ୍ପ ପାଇଁ ଇନ୍‌-ଷ୍ଟ୍ରିମ ଷ୍ଟୋରେଜ୍ ବହୁମୁଖୀ ସହାୟକ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ରାଜ୍ୟରେ ଜଳ ସଂରକ୍ଷଣ ପାଇଁ ୧୯ଟି ବୃହତ୍‌ ଏବଂ ୧୮୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ପ୍ରାୟ ୧୫ ହଜାର ଚେକ୍ ଡ୍ୟାମ ନିର୍ମାଣ ହୋଇଛି।

Latest Posts

Don't Miss