ଅଟୋ ଉପରେ ଚଢିଗଲା ଟ୍ରକ, ଦୁର୍ଘଟଣାରେ ୩ ମୃତ, ୫ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଅଟୋକୁ ସାମ୍ନାପଟୁ ପିଟିଲା ଟ୍ରକ । ଘଟଣା ସ୍ଥଳରେ ୩ ମୃତ ୫ ଆହତ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ରାଇଘରରୁ ଛତିଶଗଡ ପଟକୁ ଯାଇଥିଲା । ଏହି ସମୟରେ ଛଟିଗଡ ବୋରେଇ ଗ୍ରାମରୁ କିଛି ଲୋକ ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ସେମାନଙ୍କ ଜଣେ ସମ୍ପର୍କିୟ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିଲେ । ଏହି ସମୟ ରେ ଯୋଡ଼ିଙ୍ଗା ନିକଟରେ ଅଟକୁ ସାମନା ପଟୁ  ପଟିଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଜଣେ ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର ଅଛନ୍ତି । ମୃତକ ମାନଙ୍କୁ ଯୋଡିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ରେ ରଖା ଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳରେ ଉମରକୋଟର ପୂର୍ବତନ ବିଜେଡି ବିଧାୟକ ସୁବାସ ଗଣ୍ଡ ପହଞ୍ଚି ଉଦ୍ଧାର କାର୍ଯ୍ୟ ରେ ସାହାଯ୍ୟ କରିଥିଲେ ।