ଜନ୍ମଦିନରେ ଠାକୁରାଣୀଙ୍କ ଦର୍ଶନ ପାଇଁ ଆସିଥିଲେ, ବାଟରେ ଚାପିଦେଲା ଟ୍ରକ୍

ଅନୁଗୁଳ : ଜନ୍ମଦିନ ହେଲା ମରଣଦିନ। ଠାକୁରାଣୀ ଦର୍ଶନ ପାଇଁ ମନ୍ଦିର ଆସିଥିବା ବେଳେ ଟ୍ରକ ଚାପି ଦେବା ଫଳରେ ତାଙ୍କର ମୃତ୍ୟୁ ହେବା ସହ ସାଙ୍ଗରେ ଆସିଥିବା ତାଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ମାଟିଗାଡ଼ିଆ ଗାଁର ଶୁଭମ ସାହୁ ଆଜି ଏକ ସ୍କୁଟିରେ ତାଙ୍କ ମା’ଙ୍କୁ ବସାଇ ବୁଢୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଆସିଥିଲେ । ବୁଢୀ ଠାକୁରାଣୀଙ୍କ ମନ୍ଦିରରୁ ବାହାରି ୫୫ ନମ୍ବର ଜାତୀୟ ରାଜପଥ ଛକ ଉପରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ମା ବିତା ସାହୁ ଓ ପୁଅ ଶୁଭମଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । ଟ୍ରକ ଡ୍ରାଇଭରକୁ ଦୁର୍ଘଟଣା ପରେ ପୋଲିସ ଅଟକ ରଖିଛି ।

Leave a Reply