ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଗୁରୁତର

ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣାରେ ସଡ଼କ ଦୁର୍ଘଟଣା । ରାସ୍ତା ତଳକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ବସରେ ମୋଟ ୪୭ ଯାତ୍ରୀ ଥିବା ସୂଚନା । ବସରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଗୁରୁତର ଓ ୧୫ ଜଣ ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତ କରାଯାଇଥିବା ବେଳେ ଆହତଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ବୃଦ୍ଧ, ମହିଳା ଓ କିଛି ସ୍କୁଲ ଛାତ୍ର ମଧ୍ୟ ଥିଲେ ।

ତେବେ ବସଟି କେଉଁଭଳି ଭାବେ ଦୁର୍ଘଟଣା ଘଟିଲା ତାହା ଜଣା ପଡିନଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ଥିବାବେଳେ ଘଟଣାସ୍ଥଳରେ ବଡ଼ଚଣ ପୋଲିସ ପହଞ୍ଚି ତଦନ୍ତ କରୁଛି ।