spot_img

Latest Posts

ଅଶୁଭ ରବିବାର : ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ : ଅଶୁଭ ରବିବାର। ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା। ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନ ଯୋଧପୁରରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରେଲର ଓ ଟ୍ରକ ମଧ୍ଯରେ ଧକ୍କା ଯୋଗୁ ପ୍ରାଣ ହରାଇଛନ୍ତି ୫ ଜଣ। ଆହତ ହୋଇଛନ୍ତି ୧୪ ଜଣ। ଆହତମାନଙ୍କୁ ସ୍ଥାନୀୟ ଯୋଧପୁର ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୋଧପୁରର ଖରି ବେରୀ ଗ୍ରାମ ନିକଟସ୍ଥ ଏନଏଚ-୧୨୫ରେ ଘଟିଛି ଦୁର୍ଘଟଣା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା।

ଅନ୍ୟପଟେ ଜାମ୍ମୁ ଓ କାଶ୍ମୀର ବଡଗାମରେ ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । SUV- ଟ୍ରକ୍ ଧକ୍କାରେ ହେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି । ୫ ଜଣ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ବଡଗାମର ପାଲାରରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ନଅ ଜଣଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ଯେଉଁଠାରେ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଆହତମାନଙ୍କୁ ଚିକିତ୍ସା କରାଯାଉଛି। ବଡଗାମ ରିଙ୍ଗ ରୋଡରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଅଧିକାରୀଙ୍କ ଅନୁଯାୟୀ, ଧକ୍କା ଏତେ ଭୟଙ୍କର ଥିଲା ଯେ ଏସୟୁଭି ଗାଡ଼ିଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏବଂ ପଥଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ, ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡଗାମରେ ହୋଇଥିବା ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଛି । ସେ ପ୍ରଶାସନକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ଘଟଣାର କାରଣ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, “ବଡଗାମରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୂଲ୍ୟବାନ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାର ପାଇଁ ମୋର ସମବେଦନା।” ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।

ସେହିପରି ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ଏକ ସଡ଼କ ଦୁର୍ଘଟଣା ଘଟିଛି । ମାଲୱା କଲେଜ ସମ୍ମୁଖ ରାଜପଥରେ ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫର୍ଚ୍ୟୁନର କାର୍, ବାଲି ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ଗ୍ୱାଲିୟରର ମହାରାଜପୁରା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଫର୍ଚୁନର ଏବଂ ଏକ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ୱାଲିୟରର ସିଏସପି କହିଛନ୍ତି । ଫଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା । ଘଟଣାଟି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଘଟିଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜୀବିତଙ୍କୁ ଉଦ୍ଧାର କରାଯାଇନାହିଁ ବୋଲି ସ୍ପଷ୍ଟ କରିଛି ।

Latest Posts

Don't Miss