spot_img

Latest Posts

ଅଟୋକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ ଚାରି ଜଣ ଗୁରୁତର

ଗଞ୍ଜାମ: ଅଟୋକୁ ଧକ୍କା ଦେଲା ଟ୍ରକ। ଜଣେ ମୃତ ଚାରି ଜଣ ଗୁରୁତର ଆହତ। ଗଞ୍ଜାମ ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ରାଜପୂର ଛକ ନିକଟରେ ଦୁର୍ଘଟଣା। ଅଟୋ ଟି ଇଟା ଭାଟି ଶ୍ରମିକଙ୍କୁ ନେଇ ଦିଗପହଣ୍ଡିରୁ ପାଟପୁର ଭାଲିଆଝୋଳ ଯାଉଥିଲା। ସାମ୍ନାପଟୁ ଆସୁଥିବା ଟ୍ରକଟି ଅଟୋକୁ ଧକ୍କା ଦେଇଥିଲା। ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଗୁଣ୍ଡ ହୋଇ ଯାଇଛି। ଖବର ପାଇ ଦିଗପହଣ୍ଡି ପୋଲିସ ପହଁଚି ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତର ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲା। ପରେ ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Latest Posts

Don't Miss