ନବରଙ୍ଗପୁର ତେନ୍ତୁଳିଖୁଣ୍ଟି କୁର୍ଲୁଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

ନବରଙ୍ଗପୁର: ନବରଙ୍ଗପୁରର କୁର୍ଲୁଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ ଗଛକୁ ପିଟିଲା କାର । ଯାହା ଫଳରେ ଗାଡ଼ିରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଜଣ ହେଲେ ରାଜା ଟାକ୍ରି ଓ ପ୍ରଦୀପ ଟାକ୍ରି । ତେବେ ଏହି ଦୁର୍ଘଟଣାରେ ଆହାତ ହୋଇଥିବା ଦୁଇ ଜଣଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟକୁ ସ୍ଥାନନ୍ତର କରାଯିବ । ଦୁର୍ଘଟଣାର ଶିକାର ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ଆଉଁଳି ଗୁମ୍ମାର ହୋଇଥିବା ବେଳେ, ଜଣେ ଇନ୍ଦ୍ରାବତୀର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ନବରଙ୍ଗପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।