ବ୍ରହ୍ମପୁରରେ ୩ ଶ୍ରମିକ ମୃତ,ଖୋର୍ଦ୍ଧାରେ କାର ସହ ୬ ଅଟୋକୁ ପିଟିଲା ଟ୍ରକ୍

1 min read

ଗଞ୍ଜାମ: ଏବେ ରାଜ୍ୟରେ ଲକଡାଉନ୍ ୨.୦ ଚାଲିଛି । ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଅନୁସାରେ କିଛି ଅଞ୍ଚଳରେ ଲକଡାଉନ୍ କୋହଳ କରାଯାଇଛି । ଲକଡାଉନ୍ ନିୟମରେ କିଛିଟା କୋହଳ ହୋଇଛି । ଆଜିଠୁ ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହେବ । ଚାଷ, ପଶୁପାଳନ ସହ ଜଡ଼ିତ କାରଖାନା ମଧ୍ୟ ଖୋଲା ରହିବ । କୃଷି କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଥିବା ଯନ୍ତ୍ରପାତି ସହ ପରିବହନ କାର୍ଯ୍ୟକୁ ସରକାର ଅନୁମତି ଦେଇଛନ୍ତି । ସମ୍ପୂର୍ଣ୍ଣ ଲକଡାଉନ୍ ଥିବା ଯାଏଁ କୌଣସି ଦୁର୍ଘଟଣା ଖବର ଆସିନଥିଲା । କିନ୍ତୁ ଆଜି କୋହଳ ହେବା ମାତ୍ରେ ଆଜି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି ।

ଆଜି ସକାଳେ ଗଞ୍ଜାମ ଜିଲ୍ଲା ଅନତର୍ଗତ ଖଣ୍ଡଦେଉଳି-ବିରୁଳିଗଡ଼ ରାସ୍ତାରେ ଭାରସାମ୍ୟ ହରାଇ ଏକ ପିକ୍ ଅପ୍ ଭ୍ୟାନ ଦୁର୍ଘଟମାଗ୍ରସ୍ଥ ହୋଇଛି । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ଓ ୮ଜଣ ଗୁରୁତ୍ତର ଆହାତ ହୋଇଛନ୍ତି । ଆଜି ସକାଳୁ ଗଞ୍ଜାମ ବ୍ଲକ ଅନତର୍ଗତ ଡିଆଁଡିଇଁ ଗାଁରୁ ପ୍ରାୟ ୧୨ଜଣ ଶ୍ରମିକ ଶ୍ରମିକ ବ୍ରହ୍ମପୁର ଉପକଣ୍ଠ ଭାବନ୍ଧର ଏକ କ୍ରମସରେ କାମ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଆହାତ ହୋଇଥିବା ଲୋକମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମୃତ ତିନି ଜଣ ହେଉଛନ୍ତି ଡିଆଁଡିଇଁ ଗାଁର ଶରତ ନାହାକ, ସୁପ୍ରସନ ନାହାକ ଓ ବିଟି ନୂଆଗାଁର ଅଭି ନାହାକ । ଆଜି ଜିଲ୍ଲାରେ ଲକଡାଉନକୁ କୋହଳ କରିବା ପରେ ସକାଳୁ ଶ୍ରମିକମାନେ କାମ କରିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ଗାଡିର ଡ୍ରାଇଭର ଦୁର୍ଘଟଣା ପରେ ଘଟଣାସ୍ଥଶରୁ ଫେରାର ହୋଇଯାଇଛି ।

ଅପରପକ୍ଷରେ ୧୬ନଂ ଜାତୀୟ ରାଜପଥର ବାଲୁଗାଁ ନାଭାଲ ଛକଠାରେ ଏକ ଟ୍ରକ, କାର ସହ ଧକା ଦେଇ ରାସ୍ତା କଡକୁ ମାଡିଯାଇଥିଲା । ରାସ୍ତା କଡରେ ଥିବା ଛଅଟି ଅଟୋ ସହ ଧକା ହୋଇଥିଲା । କୌଣସି ଗହଳି ନଥିବା ବେଳେ ଏଭଳି ଏକ ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁର୍ଘଟଣାରେ କାରରେ ଥିବା ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଟ୍ରକ ଡ୍ରାଇଭର ସମେତ ଚାରିଜଣ ଆହତ ହୋଇ ବାଲୁଗାଁ ଡାକ୍ତରଖାନାରେ ଚିକିସ୍ଥିତ ହେଉଛନ୍ତି । କାରରେ ଥିବା ଆହତ ଦମ୍ପତି ହେଉଛନ୍ତି ସୁବାସ ସାହୂ ଏବଂ ପୁଷ୍ପାଞ୍ଜଳି ସାହୂ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।

Leave a Reply