ଓଭରବ୍ରିଜରୁ ୫୦ଫୁଟ ତଳକୁ ଖସିପଡ଼ିଲେ ଛାତ୍ର

ସମ୍ବଲପୁର: ଫ୍ଲାଏଓଭର ଉପରେ ଅଘଟଣ । ଓଭରବ୍ରିଜ ଉପରୁ ଖସିପଡ଼ିଲେ ଛାତ୍ର । ତଳକୁ ଦେଖିବାବେଳେ ଛାତ୍ରଜଣଙ୍କ ଖସିପଡ଼ିଥିବା ସୂଚନା । ପ୍ରାୟ ୫୦ଫୁଟ ତଳକୁ ଖସିପଡ଼ିଛନ୍ତି ଦଶମ ଶ୍ରେଣୀର ଛାତ୍ର । ଏମିତି ଏକ ଅଘଟଣ ଘଟିଛି ସମ୍ବଲପୁରରେ  । ଫ୍ଲାଏ ଓଭର ଉପରେ ଛାତ୍ର ଜଣଙ୍କ ଯାଉଥିବାବେଳେ ତଳକୁ ଚାହୁଁଥିଲେ  । ସେହି ସମୟରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ  ।

ପ୍ରାୟ ୫୦ ଫୁଟ ତଳକୁ ଖସି ପଡିଛନ୍ତି ଛାତ୍ର ଜଣଙ୍କ  । ଯାହା ଫଳରେ ତାଙ୍କର ଅବସ୍ଥା ଗୁରୁତର ରହିଛି  । ପରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମେଡିକାଲରେ ଚିକିତ୍ସା ଜାରି ରହିଛି  ।