କରୋନା ସଂକ୍ରମଣର ଚାରୋଟି ପର୍ଯ୍ୟାୟ, ଜାଣନ୍ତୁ ତୃତୀୟ ପର୍ଯ୍ୟାୟ କାହିଁକି ସବୁଠୁ ବିପଜ୍ଜନକ ?

1 min read

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତଙ୍କ ମନରେ ଏକ ପ୍ରକାରର ଭୟର ବାତାବରଣ ଦେଖାଦେଇଛି । ଏହାରି ଭିତରେ ଅନେକ ଗଣମାଧ୍ୟମ ଦେଶରେ କରୋନାର ତୃତୀୟ ଷ୍ଟେଜ୍‌ର ପୂର୍ବାନୁମାନ କରିବା ଆରମ୍ଭ କରିଛନ୍ତି । ତେବେ ସରକାର ଏହାକୁ ଅସ୍ୱୀକାର କରୁଛନ୍ତି । ଦେଶରେ ତୃତୀୟ ପର୍ଯ୍ୟାୟ ନ ଆସିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନେଇଛନ୍ତି । ବୈଜ୍ଞାନିକ ମାନଙ୍କ ଅନୁସାରେ  ଯେତେବେଳେ ୩୦ ପ୍ରତିଶତ ସଂକ୍ରମିତ କେଉଁଠାରୁ ବା କାହାଦ୍ୱାରା ସଂକ୍ରମିତ ହେଲେ ତାହା ଜଣା ପଡିବ ନାହିଁ ସେତେବେଳେ ମହାମାରୀ ତୃତୀୟ ଷ୍ଟେଜରେ ପହଂଚିଲା ବୋଲି ଜଣା ପଡେ । ପ୍ରଥମ ପର୍ଯ୍ୟାୟ:

ପ୍ରଥମ ପର୍ଯ୍ୟାୟରେ ଏହି ଭାଇରସ୍‌ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ସହ ଦେଶ ମଧ୍ୟକୁ ପ୍ରବେଶ କରିଥାଏ । ଭାଇରସ୍‌ ଆକ୍ରାନ୍ତ ଦେଶରୁ ଭାଇରସ ମୁକ୍ତ ଦେଶକୁ   ପର୍ଯ୍ୟଟକ କିମ୍ବା ବିଦେଶ ଯାଇଥିବା ବ୍ୟକ୍ତିଙ୍କ  ମାଧ୍ୟମରେ ଭାଇରସ୍‌ ଆସିଥାଏ । ଚୀନ୍‌ ଏହି ଭାଇରସ୍‌କୁ ସବୁ ଦେଶକୁ ଦେଇଛି ବୋଲି କୁହାଯାଉଛି । କିନ୍ତୁ ଭାରତକୁ ଏହି ଭାଇରସ ଇଟାଲିରୁ କିଛି ପର୍ଯ୍ୟଟକଙ୍କ ଦ୍ୱାରା ଆସିଥିଲା । ପରୀକ୍ଷା ପରେ ଏମାନେ କୋଭିଡ -19 ପଜିଟିଭ ବୋଲି ଜଣାପଡିଥିଲା ।

ଦ୍ୱିତୀୟ ପର୍ଯ୍ୟାୟ:

ଦ୍ୱିତୀୟ ପର୍ଯ୍ୟାୟରେ ଦେଶ ବାହାରକୁ ଯାଇନଥିବା ବ୍ୟକ୍ତି ବିଦେଶରୁ ଆସିଥିବା ବ୍ୟକ୍ତିଙ୍କ ଦ୍ୱାରା ସଂକ୍ରମିତ ହୋଇଥାନ୍ତି ।   ଏହି ପର୍ଯ୍ୟାୟକୁ ସ୍ଥାନୀୟ ସଂକ୍ରମଣ କୁହାଯାଏ ବା ଦ୍ୱିତୀୟ ପର୍ଯ୍ୟାୟ ବୋଲି କୁଯାଇଥାଏ ।  ଯେଉଁଥିରେ ଏହା ସ୍ପଷ୍ଟ ଯେ ସଂକ୍ରମଣ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପିଥାଏ ଏବଂ ଭାଇରସ ଜଣଙ୍କଠାରୁ ଅନ୍ୟ ଜଣକୁ ବ୍ୟାପି ଚାଲିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ଦ୍ୱିତୀୟ ପର୍ଯ୍ୟାୟରେ ଅଛି ବୋଲି ବିଶ୍ୱାସ କରାଯାଉଛି ।

ତୃତୀୟ ପର୍ଯ୍ୟାୟ:

ଏହ ପର୍ଯ୍ୟାୟ ହେଉଛି ସବୁଠାରୁ ବିପଦପୂର୍ଣ୍ଣ । କାରଣ ଏହି ପର୍ଯ୍ୟାୟରେ ଭାଇରସ କେଉଁଠାରୁ ଆସିଛି ଏବଂ କାହା ପାଖରୁ ଆସିଛି ଜାଣିବା ଅସମ୍ଭବ ହୋଇପଡ଼େ । ଏଭଳି ସେତେବେଳେ ହୋଇଥାଏ ଯେତେବେଳେ ଦେଶରେ ବହୁ ମାତ୍ରାରେ ଏହି ଭାଇରସ ଖେଳେଇହୋଇଯାଏ । ଅର୍ଥାତ୍ ଏହି ଭାଇରସର ଉତ୍ସ ଜଣା ନଥାଏ ଏବଂ ଏହା ଲୋକଙ୍କ ନିକଟରେ ବ୍ୟାପିଥାଏ ।

ଚତୁର୍ଥ ପର୍ଯ୍ୟାୟ:

ପ୍ରତ୍ୟେକ ମହାମାରୀରେ ଚତୁର୍ଥ ପର୍ଯ୍ୟାୟ ରହିଛି । ଏହି ପର୍ଯ୍ୟାୟ ସେତିକିବେଳେ ଆସିଥାଏ ଯେତେବେଳେ ଏହି ବିଶ୍ୱ ମହାମାରୀ ବିଭିନ୍ନ ଦେଶରେ ନିଜ କାୟା ବିସ୍ତାର କରିଥାଏ ।  ଚାଇନାରେ ଏହା ଘଟିଛି, ଯେତେବେଳେ ବହୁ ସଂଖ୍ୟକ ଲୋକ ଅଧିକ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହିଭଳି ରୋଗର ଅନ୍ତ କୌଣସି ନାହିଁ। ଏହି ପର୍ଯ୍ୟାୟ ରୋଗ ବର୍ଷକୁ ଅନେକ ଥର ହୋଇପାରେ । ଉଦାହରଣ ସ୍ୱରୂପ, ମ୍ୟାଲେରିଆ ଏବଂ ଡେଙ୍ଗୁ ଭାରତରେ ମହାମାରୀ ଅଟେ ।

ତୃତୀୟ ପର୍ଯ୍ୟାୟ କାହିଁକି ବିପଜ୍ଜନକ?

ରୋଗୀ କିପରି ସଂକ୍ରମିତ ହେଲା ତାହା ଜାଣିବା କଷ୍ଟକର ହୋଇଯାଏ | ଆମେରିକାର ମିସୋରୀର ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଶେଜ୍ନି ଶଲ୍ଟ ଏହାକୁ ସହଜରେ ବ୍ୟାଖ୍ୟା କରିଛନ୍ତି । ଯଦି ତୃତୀୟ ପର୍ଯ୍ୟାୟରେ କେହି ସଂକ୍ରମିତ ହୁଅନ୍ତି, ତେବେ ସେ କିପରି ସଂକ୍ରମଣ ପାଇଲେ ତାହା ଜାଣିପାରିବେ ନାହିଁ । ଭାଇରସ୍‌ ଏହି ବ୍ୟକ୍ତି କିମ୍ବା ଏହି ସ୍ଥାନରୁ ଆସିଛି ବୋଲି ସୂଚାଇପାରିବେ ନାହିଁ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କହିଛି ଯେ ଭାରତରେ ଏବେ ଏହି ଭାଇରସ୍‌କୁ ନିୟନ୍ତ୍ରଣରେ ଅଛି  ବୋଲି କହିବା ଗୋଟିଏ ବଡ଼ ମୁର୍ଖାମି ହେବା ।

Leave a Reply