ନିର୍ବାଚନ ପୂର୍ବରୁ ଆକ୍ସନ, ୨ଟି ଦେଶୀ ବନ୍ଧୁକ ସହ ୨ ଅଭିଯୁକ୍ତ ଗିରଫ

ନୟାଗଡ଼ : ୨ଟି ଦେଶୀ ବନ୍ଧୁକ ସହ ୨ ଅଭିଯୁକ୍ତ ଗିରଫ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନମୁଡରେ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ପୋଲିସ । ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଚଢାଉ ଜାରି ରଖିଛି ପୋଲିସ।  ବିଶେଷ ସୂତ୍ରରୁ ଖବର ପାଇ ବାଣୀଗୋଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ  ନେଡିପଦର ଗାଁରେ ଚଢାଉ କରାଯାଇଥିଲା ।  ନେଡିପଦର ଗାଁର ବଶିଷ୍ଠ ବେହେରା ଓ ପ୍ରଦୀପ ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ।