spot_img

Latest Posts

ପିକନିକ ବେଳେ ପ୍ଲାଷ୍ଟିକ ବ୍ୟବହାରକୁ ନା: ଆଇନ ଉଲ୍ଲଂଘନ କଲେ ପ୍ରଶାସନ ନେବ ଆକ୍ସନ

ଶୀତ ଋତୁରେ ଆଗମନରେ ଆରମ୍ଭ ହୋଇଛି ପିକନିକ ଋତୁ। ଜଙ୍ଗଲ ହେଉ କି ଝରଣା, ଚିଡ଼ିଆଖାନା ହେଉ କି ଅଭୟାରଣ୍ୟ, ଏସବୁ ଜାଗାରେ ପିକନିକ ବେଳେ ସମସ୍ୟା ପାଲଟିଛି ପ୍ଲାଷ୍ଟିକର ବ୍ୟବହାର। ଶବ୍ଦ ପ୍ରଦୂଷଣ ବି ଆଉ ଏକ ସମସ୍ୟା ଯାହା ଜୀବଜନ୍ତୁଙ୍କୁ ଅସୁବିଧାରେ ପକାଇଥାଏ। ଭୋଜି କଲାବେଳେ ଏସବୁ ଉପରେ ନଜର ଦେବା ଆମ ସମସ୍ତଙ୍କ ନୈତିକ ଦାୟିତ୍ବ। ସରକାର କଟକଣା ଜାରି କରୁଛନ୍ତି, ପ୍ରଚାର ପସାର ବି ହେଉଛି, ହେଲେ ସଚେତନତା ନିହାତି ଗୁରୁତ୍ବପୂର୍ଣ୍ଣ। ପ୍ଲାଷ୍ଟିକ ବଦଳରେ କାଗଜ ପ୍ଲେଟ, ଷ୍ଟିଲ ଚାମଚ, କାଚ ଗ୍ଲାସ, ପତ୍ର ପ୍ଲେଟ ବ୍ୟବହାର କରିବା ଉଚିତ। ଚିଡ଼ିଆଖାନା, ଜଙ୍ଗଲ, ଝରଣା, ପର୍ଯ୍ୟଟନ ସ୍ଥଳ ଭଳି ୧୭୦ଟି ସ୍ଥାନକୁ ପ୍ଲାଷ୍ଟିକ ମୁକ୍ତ ପିକନିକ୍ ପାଇଁ ଚିହ୍ନଟ କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼। ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ କେବଳ ବିଜ୍ଞପ୍ତି ଯଥେଷ୍ଟ ନୁହେଁ, ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ ବୋଲି ପ୍ରଦୂଷଣ ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ କହିଛନ୍ତି।…

ଏକକ ବ୍ୟବହାର ପ୍ଲାଷ୍ଟିକ ମଣିଷ ଶରୀର ପାଇଁ କ୍ଷତିକାରକ। ଏହା ମାଟିରେ ମିଶୁନଥିବାରୁ ଛୋଟ ଛୋଟ କଣିକା ହୋଇ ଶରୀରକୁ ଆସୁଥିବାରୁ ବିଭିନ୍ନ ରୋଗ ସୃଷ୍ଟି କରିଥାଏ। ବିଶେଷ କରି ପିକନିକ୍ ସମୟରେ ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରିବା ସହଜ ହୋଇଥିବାରୁ ଏହାକୁ ସମସ୍ତେ ଆପଣାଇଥାନ୍ତି। ହେଲେ ଏହାର ବ୍ୟବହାର ରୋକିବାକୁ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉନାହିଁ।ସ୍ବେଚ୍ଛୋସେବୀ ସଂସ୍ଥା, ଇକୋ କ୍ଲବ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ପରିବେଶ ସମିତି, ପଞ୍ଚାୟତ ପ୍ରତିନିଧିଙ୍କୁ ସଚେତନତା ପାଇଁ ଦାୟିତ୍ବ ଦିଆଯାଇଛି। ଆଇନର ଉଲ୍ଲଙ୍ଘନ କଲେ କାର୍ଯ୍ୟନୁଷ୍ଠାନ ବ୍ୟବସ୍ଥା ବି ରହିଛି। ହେଲେ ଶୀତଦିନେ ଭୋଜି କରିବାକୁ ବ୍ୟଗ୍ର ଯୁବଗୋଷ୍ଠୀ ଅଧିକ ସଜାଗ ହେବା ଆବଶ୍ୟକ ବୋଲି ପରିବେଶବିତ୍ କହିଛନ୍ତି। ଜଙ୍ଗଲ ବିଭାଗ ସହ ପର୍ଯ୍ୟଟନ ବିଭାଗ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ କଟକଣା ଜାରି କରିଛନ୍ତି। ସ୍ଥାନୀୟ ପ୍ରଶାସନକୁ ଏହାର ରକ୍ଷଣାବେକ୍ଷଣ ସହ ଅମାନିଆଙ୍କୁ ସାବାଡ଼ କରିବାକୁ ଆଇନଗତ ପଦକ୍ଷେପ ନେବା ପାଇଁ କ୍ଷମତା ଦିଆଯାଇଛି।

Latest Posts

Don't Miss