ପ୍ରବାସୀଙ୍କ ପାଇଁ ଭୋକରେ ରହିଲେ ସବ୍ୟସାଚୀ

1 min read

ଭୁବନେଶ୍ୱର: ଭୋକିଲା ରଖିଲା ଭୂତାଣୁ । ବେଙ୍ଗଳୁରୁରେ ଲଡକାଉନ୍ ଲାଗୁ ହୋଇଥିବା ବେଳେ ଠପ୍ ହୋଇଯାଇଛି କାମଧନ୍ଦା । ଭୂତାଣୁ ଭୟରେ ଘରେ ବନ୍ଦୀ ହୋଇ ରହିଛନ୍ତି ପ୍ରବାସୀ ଶ୍ରମିକ । କରୋନା ପାଇଁ କିଏ ମେଡିକାଲରେ ବାହାରେ ଘଣ୍ଟା ଘଣ୍ଟା ଧରି ବେଡ୍, ଅକ୍ସିଜେନ୍ ପାଇଁ ସଂଘର୍ଷ କରୁଛି ତ ଆଉ କିଏ ପେଟପାଟଣା ପାଇଁ । ଏଭଳି ଦୁଃସମୟରେ ଓଡ଼ିଆଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସବ୍ୟସାଚୀ ।

ବେଙ୍ଗଳୁରୁର ଏକ କମ୍ପାନୀରେ କାମ କରୁଥିବା ୫ ଜଣଙ୍କ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରିଥିଲେ । ଯାହା ପରେ ସବ୍ୟସାଚୀ ବଢ଼ାଇଥିଲେ ସହାୟତାର ହାତ । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ସେମାନେ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ପ୍ରବାସୀଙ୍କ ପାଖରେ ବିରିୟାନୀ ପହଞ୍ଚିଲା । ସେମାନେ ଖାଇବା ପରେ ସବ୍ୟସାଚୀ ଖାଇଥିଲେ ।

Actor Sabyasachi Mishra Was Starving For Migrants

ଏତିକି ନୁହେଁ କର୍ଣ୍ଣାଟକରେ ସଂକ୍ରମଣ ପିକରେ ରହିଥିବା ବେଳେ କାମଧନ୍ଦା ବନ୍ଦ ଥିବାରୁ ସେମାନଙ୍କୁ ଚଳିବା ଲାଗି ସବ୍ୟସାଚୀ ମିଶ୍ର ଟଙ୍କା ମଧ୍ୟ ପଠାଇଛନ୍ତି । ପୁନଶ୍ଚ କାମଧନ୍ଦା ଆରମ୍ଭ ହେବା ଯାଏ ସବ୍ୟସାଚୀ ସେମାନଙ୍କ ଖାଇବା, ପିଇବା କଥା ବୁଝିବେ ବୋଲି କହିଛନ୍ତି । ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇବେ ପରେ ପ୍ରବାସୀ ଓଡ଼ିଆ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Actor Sabyasachi Mishra Was Starving For Migrants

ବେଙ୍ଗଳୁରୁରେ ଫସିଥିବା ଏହି ୫ ଜଣ ନୁହେଁ ଏମିତି ଦେଶର ବିଭିନ୍ନ ସ୍ଥାନରେ କରୋନା ପାଇଁ ହଇରାଣ ହେଉଥିବା ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସବ୍ୟସାଚୀ ମିଶ୍ର । ଆବଶ୍ୟକତା ଅନୁସାରେ କୋଭିଡ୍ ଆକ୍ରାନ୍ତଙ୍କୁ ବେଡ୍ ସହ ଔଷଧ ଯୋଗାଇ ଦେଉଛନ୍ତି ସବ୍ୟସାଚୀ । କରୋନାର ପ୍ରଥମ ଲହର ବେଳେ ସବ୍ୟସାଚୀ ମଧ୍ୟ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଏବେ ସହାୟତା ଲାଗି ସବ୍ୟସାଚୀ ଅନଲାଇନ୍ ଫର୍ମ ଲିଙ୍କ୍ ଦେଇଛନ୍ତି । https://bit.ly/patient_details_urgent ଲିଙ୍କରେ କ୍ଲିକ୍ କରି ଆପଣ ବି ସହାୟତା ପାଇପାରିବେ ।

Leave a Reply