ଶେଷ ହେଲା ସନ୍ଧ୍ୟା ଧୂପ ନୀତି, ଗୁଣ୍ଡିଚା ମନ୍ଦିର ବିଜେ କରୁଛନ୍ତି ଶ୍ରୀଜିଉ

ପୁରୀ: ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ମାଉସୀ ମା ଘରକୁ ଆସିଛନ୍ତି  । ସୋମବାର ଗୁଣ୍ଡିଚା ମନଦିରକୁ ଆସିଥିବା ତିନି ଠାକୁର ଶରଧାବାଲିରେ ରହି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି  । ସେପଟେ କୋଭି଼ଡ କଟକଣା ଯୋଗୁଁ ଏଥର ଭକ୍ତ ଶୂନ୍ୟ ବଡଦାଣ୍ଡରେ ମହାପ୍ରଭୁ ଭକ୍ତଙ୍କୁ ନିରାଶ କରିଥିଲେ  । ଆଜି ସମସ୍ତ ନୀତିକାନ୍ତି ସରିବା ପରେ ତିନି ଠାକୁର ଆଡ଼ପ ମଣ୍ଡପ ବିଜେ କରିଛନ୍ତି  । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ବିଜେ ହୋଇଛି । ଘୋଷଯାତ୍ରାରେ ଆସିଥିବା ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀକୁ ବିଜେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାପ୍ରଭୁ । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡପ ମଣ୍ଡପ ବିଜେ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତାକାଲି ବାହାରିବ ଆଡପ ଅବଢା । ସେପଟେ ଗୁଣ୍ଡିଚା ମନ୍ଦିର ଆଡ଼ପ ଅଭଡ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଛି । ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅଭଡ଼ା ବିକ୍ରିର ବ୍ୟବସ୍ଥା ।

ସେପଟେ  ଜିଲ୍ଲାପାଳ ସମର୍ଥ ବର୍ମା ସୁଆର ମହସୁଆର ନିଯୋଗ ସହ ଆଲୋଚନା କରି ଵ୍ୟଵସ୍ଥାର ଅନୁଧ୍ୟାନ ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଗତକାଲି ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । କେବଳ ସେବାୟତଙ୍କୁ ରଥ ଟାଣିବା ପାଇଁ ଅନୁମତି ମିଳିଥିବାବେଳେ ପୁରୀ ବାସୀଙ୍କୁ ମଧ୍ୟ ଦର୍ଶନରୁ ବାଦ ଦିଆଯାଇଥିଲା   । କୋଭିଡ ପରିସ୍ଥିତିରେ କିପରି ବିନା ଭକ୍ତରେ ରଥଯାତ୍ରା ହୋଇ ପାରିବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା  ।

Leave a Reply