ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୁତ୍ୟୁ ମାମଲା, ଏୟାରଫିଲଡ ଥାନାରେ ଏତଲା ଦେଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୁତ୍ୟୁ ମାମଲା । ଏୟାରଫିଲଡ ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ବିଦ୍ୟାଶ୍ରୀଙ୍କୁ ଖରାପ ବ୍ୟବହାର କରିବା, ସୋସିଆଲ ମିଡିଆରେ ଚରିତ୍ର ସଂହାର କରିବା, ମିଥ୍ୟା ତଥ୍ୟ ଦେଇ ମାମଲାକୁ ଦିଗହରା କରିବା ଏବଂ ଜଣେ ନାରୀକୁ ଅପରାଧୀ ସଜେଇଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନା ଏତଲା ଦେଇଛନ୍ତି ବିଦ୍ୟାଶ୍ରୀ । ଏହାକୁ ନେଇ ଗତ ଅଗଷ୍ଟ ୭ ତାରଖରେ ଏୟାରଫିଲଡ ଥାନାରେ ମାମଲା ରୁଜୁ ହୋଇଥିଲା । ଉକ୍ତ ବ୍ୟକ୍ତି ଅନ୍ତରୀଣ ଜାମିନରେ ଥିଲେ । ତେବେ କୋର୍ଟଙ୍କ ସର୍ତ୍ତକୁ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଜାମିନ ଖାରଜ କରିବାକୁ ଥାନାର ଦ୍ୱାରସ୍ତ ହୋଇଛନ୍ତି ବିଦ୍ୟାଶ୍ରୀ ।

ତେବେ ଆଦିତ୍ୟ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ହେଲେ ଏଯାବତ ହତ୍ୟାକାଣ୍ଡର ପ୍ରମାଣ ପାଇନି । ତେବେ କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ସ୍ଟାଟସ ରିପୋର୍ଟ ଦାଖଲ କରୁ ବୋଲି ବିଦ୍ୟାଶ୍ରୀ ଦାବି କରିବା ସହ, ସିବିଆଇ ତଦନ୍ତ ଦାବି କରିଛନ୍ତି ।

Leave a Reply