ଆସିଲା ଟ୍ରେନ୍‌ ଡ୍ରାଇଭରଙ୍କ ବୟାନ, କହିଲେ ସେଦିନ ପୁରୁଷାେତ୍ତମ ଏକ୍ସପ୍ରେସ୍‌ରେ କୌଣସି ଦୁର୍ଘଟଣା ହୋଇନାହିଁ

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟ ଘଟଣା । ୧୦ ଦିନ ପରେ ବି ଜାରି ରହିଛି ସସପେନସ୍ । ଗୋଟେ ପରେ ଗୋଟେ ସତ ସାମ୍ନାକୁ ଆସିବାରେ ଲାଗିଛି । ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ କରୁଛି ଜିଆାରପିର ଏକ  ଟିମ୍‌ । ସେପଟେ ଆଦିତ୍ୟଙ୍କ ମୁଖ୍ୟ ସହଯୋଗୀ ପପୁ, ବିକାଶଙ୍କର ବି ବୟାନ ରେକର୍ଡ ହୋଇଛି । ୬ ତାରିଖ ସନ୍ଧ୍ୟା ୭ ଟା ସମୟରୁ ଘରୁ ବାହାରିଥିଲେ ଆଦିତ୍ୟ ବୋଲି ସୂଚନା ଦେଇଥିଲା ପୋଲିସ ।

ବୃଦ୍ଧାଶ୍ରମ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ସିସିଟିଭି ଜବତ କରିଥିଲା । ଆଦିତ୍ୟଙ୍କ ଘର ପାଖରେ ଥିବା ଏକ ପେଟ୍ରୋଲ ପମ୍ପରୁ ସିସିଟିଭି ଜବତ କରିଥିଲା ପୋଲିସ । ସେଥିରୁ ଆଦିତ୍ୟ ଏକୁଟିଆ ଯାଉଥିବା ଦେଖିବାକୁ ମିଳିଛି । ତେବେ ପୁରୁଷୋତ୍ତମ ଏକ୍ସପ୍ରେସ ଦୁର୍ଘଟଣାରେ ଆଦିତ୍ୟର ମୃତ୍ୟୁ ହୋଇଥିବା ପୂର୍ବରୁ ଯାହା ସନ୍ଦେହ କରାଯାଉଥିଲା ସେଥିରେ ଏବେ ବ୍ରେକ୍‌ ଲାଗିଛି । ରାତି ୮ ରୁ ୯ ଟା ୩୦ ମଧ୍ୟରେ ଦୁର୍ଘଟଣା ହୋଇଥିବା ପୋଲିସ ସୂଚନା ଦେଇଥିଲା ।

କିନ୍ତିୁ ଏବେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ଅଧିକ ସନ୍ଦେହ ଘେରକୁ ଯିବାକୁ ଲାଗିଛି । କାରଣ ପ୍ରତିକ୍ରିୟା ରଖିଛନ୍ତି ପୁରୁଷୋତ୍ତମ ଏକ୍ସପ୍ରେସ ଡ୍ରାଇଭର ବିଷ୍ଣୁ ଚରଣ ସେଠୀ । ତାଙ୍କ ପ୍ରତିକ୍ରିୟା ପରେ ଏବେ ଆଦିତ୍ୟଙ୍କ ମୃତ୍ୟୁ ସନ୍ଦେହ ଅଧିକ ଛନ୍ଦି ହେବାରେ ଲାଗିଛି । ପୁରୁଷୋତ୍ତମ ଏକ୍ସପ୍ରେସ ଦ୍ୱାରା କୌଣସି ଦୁର୍ଘଟଣା ଘଟିନଥିବା ଡ଼୍ରାଇଭର କହିଛନ୍ତି । ୬ ତାରିଖ ରାତି ସାଢେ ୮ଟାରେ ଭୁବନେଶ୍ୱର ଷ୍ଟେସନ୍‌ରେ ପୁରୁଷୋତ୍ତମ ଏକ୍ସପ୍ରେସ ପହଞ୍ଚିଥିଲା । ଟ୍ରେନ୍ ଆସିବା ସମୟରେ ରେତଙ୍ଗରୁ ଭୁବନେଶ୍ୱର ମଧ୍ୟରେ କୌଣସି ଦୁର୍ଘଟଣା ଘଟିନଥିବା ଟ୍ରେନ୍ ଡ୍ରାଇଭର ବିଷ୍ଣୁ ଚରଣ ସେଠୀ କହିଛନ୍ତି ।

ତେବେ ସେଦିନ  ସେହି ରେଳ ଧାରଣା ଦେଇ ଯାଇଥିଲା ୩ଟି ଗାଡ଼ି  । ସେଥିମଧ୍ୟରୁ ମାତ୍ର ଗୋଟିଏ ଗାଡ଼ି ଉପରେ ଜିଆରପିର ସନ୍ଦେହ ହୋଇଥିଲା । ଏବଂ ଶୁକ୍ରବାର ସେ ସନ୍ଦେହ ମଧ୍ୟ ଦୂର ହୋଇଛି । ଏଠି ପ୍ରଶ୍ନ ଉଠୁଛି ଯଦି ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସରେ କୌଣସି ଦୁର୍ଘଟଣା ହୋଇନି ତେବେ ଆଦିତ୍ୟଙ୍କ ମୃତ୍ୟୁ ହେଲା କେମିତି ? ଏହା ଏକ ହତ୍ୟା ନୁହେଁ ତ ? ଆଦିତ୍ୟଙ୍କୁ କେହି ମାରି ଆତ୍ମହତ୍ୟାର ରୂପ ଦେବାକୁ ଚାହୁଁ ନାହାନ୍ତି ତ ? ଏଭଳି ଅନେ ପ୍ରଶ୍ନ ଏବେ ଆଦିତ୍ୟଙ୍କ ମୃତ୍ୟୁ ନେଇ ସୃଷ୍ଟି ହେବାରେ ଲାଗିଛି ।

Leave a Reply