ବିନା ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ, ହ୍ୱାଟସ୍ଆପରେ ହେବ ନାମଲେଖା

ଲକ୍ଷ୍ନୌ: ଦେଶରେ ଲକଡାଉନ୍ ପାଇଁ ସବୁ ପ୍ରକାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏବଂ ଏଭଳି ପରିସ୍ଥିତିରେ ପିଲାଙ୍କ ପାଠପଢ଼ା ନେଇ ସମସ୍ୟା ଦେଖା ଦେଇଛି । ପିଲାଙ୍କ ସମସ୍ୟାକୁ ନଜରରେ ରଖି ଉତ୍ତପ୍ରଦେଶର ସରକାର ଏକ ନୂଆ ଉପାୟ ଆପଣାଇଛନ୍ତି ।

ଉତ୍ତରପ୍ରଦେଶର ଯୋଗୀ ସରକାର ବର୍ତ୍ତମାନ କରୋନା ଲକଡାଉନରେ ଥିବା ୟୁପି ବୋର୍ଡର ସମସ୍ତ ବିଦ୍ୟାଳୟରେ ହ୍ୱାଟସ୍ ଆପ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ଏକ ଉପାୟ ଖୋଜିଛନ୍ତି। ଏହି ଅନନ୍ୟ ପଦ୍ଧତି ବ୍ୟବହାର କରିବାକୁ ଅନୁମତି ଦେଇଛି ୟୁପିର ଶିକ୍ଷା ବିଭାଗ । ଏହାପୂର୍ବରୁ ୟୁପିରେ ମାଧ୍ୟମିକ ଶିକ୍ଷା ବିଭାଗ ୬ଷ୍ଠ, ୭ମ, ୮ମ, ୯ମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ହେବାକୁ ନିର୍ଦ୍ଦେଶ ଦେଇଯାଇଛି ।

ତଥାପି, ଅତ୍ୟାଧୁନିକ ବ୍ୟବସ୍ଥା ଅନୁଯାୟୀ, ବିଦ୍ୟାଳୟ ପରିଚାଳକମାନେ ହ୍ୱାଟସ୍ ଆପ୍ ମାଧ୍ୟମରେ ପରବର୍ତ୍ତୀ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ। ଏଥିପାଇଁ ବିଦ୍ୟାଳୟ ପରିଚାଳକ ପ୍ରିନ୍ସପାଲ୍ ଏବଂ ଶିକ୍ଷକଙ୍କ ମୋବାଇଲ୍ ନମ୍ବର ପ୍ରଚାର ପ୍ରସାର କରିପାରିବ, ଯାହା ଦ୍ୱାରା ପୂର୍ବ ଶ୍ରେଣୀରେ ପାସ୍ ହୋଇଥିବା ଛାତ୍ରମାନେ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ପିତାମାତା କେବଳ ହ୍ୱାଟସ୍ ଆପରେ ସବିଶେଷ ତଥ୍ୟ ଦେଇପାରିବେ ଏବଂ ଅସ୍ଥାୟୀ ଭାବରେ ନାମ ଲେଖାଇ ପାରିବେ ।

ଜୁଲାଇରେ ଲକଡାଉନ୍ ଖୋଲିବା ପରେ ବିଦ୍ୟାଳୟ ପରିଚାଳନା କମିଟି ଆଡମିଶନ କାଗଜପତ୍ର ପରୀକ୍ଷା କରି ତା ଉପରେ ମୋହର ଲଗାଇପାରିବେ । ଏହାସହ, ବିଦ୍ୟାଳୟ ସ୍ୱୀକୃତିପ୍ରାପ୍ତ ଛାତ୍ରମାନଙ୍କୁ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ସହିତ ସଂଯୋଗ କରିପାରିବ ।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଅନଲାଇନ୍ ଭର୍ଚୁଆଲ୍ କ୍ଲାସ ପାଇଁ ହ୍ୱାଟସ୍ ଆପ୍ ଗ୍ରୁପ୍ ତିଆରି କରାଯାଇଛି । ଏଥିରେ ଆଡମିଶନ୍ ହୋଇଥିବା ଛାତ୍ରମାନଙ୍କୁ ଯୋଡ଼ି ଅନଲାଇନ୍ ଶିକ୍ଷାର ଲାଭ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷ୍ନୌରେ ସାହାଜ୍ୟ ପାଇଥିବା ବିଦ୍ୟାଳୟ ଅମିନାବଦ୍ ଇଣ୍ଟର କଲେଜ ଅନଲାଇନ୍ ଆଡମିସନ୍ ପ୍ରକ୍ରିୟା ଆରମ୍ଭ କରିଦେଇଛି । ପ୍ରିନ୍ସିପାଲଙ୍କ ଅନୁଯାୟୀ ଛାତ୍ରମାନେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଡମିଶନ ନେଇପାରିବେ ।

ପରିଚାଳକଙ୍କ ଅନୁଯାୟୀ ଛାତ୍ର ଜଣକ କାଗଜରେ ନିଜ ପିତାଙ୍କ ନାମ, ଯେଉଁ ଶ୍ରେଣୀରେ ଆଡମିଶନ ନେବାକୁ ଚାହୁଁଛନ୍ତି, ମୋବାଇଲ୍ ନମ୍ବର, ଆଧାର ନମ୍ବର ଇତ୍ୟାଦି ଲେଖି ହ୍ୱାଟସ୍ ଆପ୍ କରିପାରିବେ। ଏହା ପରେ ଛାତ୍ରଙ୍କୁ ଅନଲାଇନ୍ ଗ୍ରୁପରେ ଯୋଗ କରି ଅନଲାଇନ୍ ଶିକ୍ଷା ମଧ୍ୟ ଦିଆଯିବ । ପରେ ବିଦ୍ୟାଳୟ ଖୋଲିବା ପରେ ଏହାକୁ ଓରିଜିନାଲ ଡକ୍ୟୁମେଣ୍ଟ ମାଗାଯିବ ଏବଂ ଏହା ବିଦ୍ୟାଳୟର ଆଡମିଶନ ରେକର୍ଡରେ ରଖାଯିବ ।

Leave a Reply