spot_img

Latest Posts

ଏଣିକି ଘନ କୁହୁଡିରେ ପାଇଲଟଙ୍କୁ ଦୃଶ୍ୟମାନ ହେବ ରନଓ୍ବେ

ଭୁବନେଶ୍ୱର: ଏଣିକି ଘନ କୁହୁଡିରେ ପାଇଲଟଙ୍କୁ ଦୃଶ୍ୟମାନ ହେବ ରନଓ୍ବେ। କାରଣ କ୍ୟାଟ-2 ଭିଜନକୁ ସମ୍ପ୍ରସାରିତ ହେଉଛି ଭୁବନେଶ୍ବର ବିମାନ ବନ୍ଦର। ୪୦ କୋଟି ଟଙ୍କା ବ୍ୟୟରେ ଲଗାଯାଉଛି ରନଓ୍ବେରେ ସେଣ୍ଟର ଲାଇଟ। ଯାହାକି ରନଓ୍ବେର ତଳେ ରହିବ। ମାର୍ଚ୍ଚ ୩୧ ସୁଦ୍ଧା ଲାଇଟିଂ ବ୍ୟବସ୍ଥା ସରିବ।

ଏହାପରେ ଭୁବନେଶ୍ବର ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟାଲ ଲାଇଟିଂ ସିଷ୍ଟମ ଲଗାଯିବ। ଯାହାଦ୍ବାରା ୩୦୦ ମିଟର ଯାଏଁ ଦୃଶ୍ୟମାନରେ ବିମାନ ଅବତରଣ କରିପାରିବ। ଏବେ ୫୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନରେ ବିମାନ ଅବତରଣ କରିପାରୁଛି। କ୍ୟାଟ-2 ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଦୁଇ ଏକର ଜମି ବିମାନ ବନ୍ଦର ନାମରେ କରିଥିଲେ ବି ଜବରଦଖଲ ସମସ୍ୟାରୁ ହସ୍ତାନ୍ତର ହୋଇପାରିନି। ରାଜ୍ୟ ସରକାର ଶୀଘ୍ର ଜମି ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି। ଶୀଘ୍ର ଜମି ମିଳିଲେ ମେ’ ସୁଦ୍ଧା ଭୁବନେଶ୍ବର ବିମାନବନ୍ଦର ହେବ କ୍ୟାଟ-2 ଦୃଶ୍ୟମାନ ବିମାନ ବନ୍ଦର।

Latest Posts

Don't Miss