ଟଳିଲା ବଡ଼ ରେଳ ଦୁର୍ଘଟଣା, ସାମ୍ନା-ସାମ୍ନି ହେଲେ ମାଲବାହୀ-ମେମୁ ଟ୍ରେନ୍

1 min read

ବିଳାସପୁର: ଟଳିଲା ବଡ଼ ରେଳ ଦୁର୍ଘଟଣା । ସାମ୍ନା-ସାମ୍ନି ହେଲେ ମାଲବାହୀ-ମେମୁ ଟ୍ରେନ୍ । ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଏବେ ଛତିଶଗଡ଼ର ବିଳାସପୁରରରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ସାମ୍ନା ସାମ୍ନା ଆସିଯିବାର ଭିଡିଓ ଭାଇରାଲ୍ ହେଉଛି । ଭିଡିଓରେ ଦେଖାଯାଇଛି ଯେ ଏକ ଲୋକାଲ ଟ୍ରେନ୍ ଯେଉଁ ଟ୍ରାକରେ ଛିଡ଼ି ଥିଲା ସେହି ଟ୍ରାକରେ ହିଁ ଅନ୍ୟପଟୁ ମଧ୍ୟ ଏକ ଟ୍ରେନ୍ ଆସିଯାଉଛି । ବଡ଼ ଦୁର୍ଘଟଣା ଟଳିଯାଇଛି । ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ବେ ବିଳାସପୁର ଜୋନର ଗତୌର ସେକ୍ସନରେ ଏକ ମାଲବାହୀ ଓ ମେମୁ ଟ୍ରେନ ମୁହିାଁମୁହିଁ ହୋଇଛନ୍ତି । ଟ୍ରାକରେ ଦୁଇଟି ଟ୍ରେନ ଚାଲି ଆସିଥିବା ବେଳେ ଲୋକୋ-ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗ ୧୫୦ରୁ ୨ଶହ ମିଟର ଦୂରରୁ ଟ୍ରେନ ଅଟକି ପାରିଥିଲା ।

ଯାତ୍ରୀମାନେ ମେମୁ ଟ୍ରେନରୁ ଓହ୍ଲାଇ ଏହାର ଭିଡିଓ କରିଥିଲେ । ଗତୌର ସେକ୍ସନରେ ଏକ ଟ୍ରାକରେ ମାଲବାହୀ ଟ୍ରେନ ଅଟକି ରହିଥିଲା । ଭିଡିଓକୁ ନେଇ ରେଲୱେ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ଜୟରାମନଗର ଏବଂ ବିଲାସପୁର ସେକ୍ସନ ମଧ୍ୟରେ ଟ୍ରେନ୍ ସାମ୍ନାସାମ୍ନି ଆସିଥିବାର କୁହାଯାଉଛି । ସୂଚନାନୁସାରେ ଶନିବାର ସନ୍ଧ୍ୟାରେ ବିଲାସପୁର ଜିଲ୍ଲାର ଜୟରାମନଗର ଏବଂ ଜାଞ୍ଜଗିର-ଚାମ୍ପାର କୋଟମିସୋନର ମଧ୍ୟରେ ଲୋକାଲ ଯାତ୍ରୀ ଟ୍ରେନ୍ (ମେମୁ) ଏବଂ ମାଲବାହୀ ଟ୍ରେନ୍ ଗୋଟିଏ ଟ୍ରାକରେ ଆସିଯାଇଥିଲେ । ମେମୁ ଟ୍ରେନ୍ କୋରବା ଆସୁଥିଲା । ମାତ୍ର ୨୦୦ ମିଟର ପୂର୍ବରୁ ଟ୍ରେନ୍ ଅଟକିବା କାରଣରୁ ଦୁର୍ଘଟଣା ଟଳିଛି ।