ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଚଳଚଞ୍ଚଳ ହେଲା ରଥଖଳା

ପୁରୀ: କେନ୍ଦ୍ରର ଅନୁମତି ପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥନିର୍ମାଣ । ପ୍ରତିଦିନ ସକାଳ ୮ଟାରୁ ରଥକାର୍ଯ୍ୟ ଆରମ୍ଭ ହୋଇ ରାତି ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ଚାଲିବ । ଜିଲ୍ଳ।ପାଳ ଓ ୩ ରଥର ମୁଖ୍ୟ ମହାରଣାଙ୍କ ମଧ୍ୟରେ ବସିଥିବା ବୈଠକ ପରେ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ରର ଗ୍ରୀନ୍‌ ସିଗନାଲ୍‌ ପରେ ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି ।

ଅନ୍ୟପଟେ ରଥଖଳାରେ ସାମାଜିକ ଦୂରତାକୁ ବଜାୟ ରଖି ରଥନିର୍ମାଣ କାମ କରି ପାରିବେ ବୋଲି ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅବଗତ କରିଥିଲା। ରଥଖଳାକୁ କାହାରିକୁ ନଛାଡ଼ି ରଥ ନିର୍ମାଣ କାର୍ଯ୍ୟ ହୋଇ ପାରିବ । ବଡ଼ଦାଣ୍ଡ ଓ ରଥଖଳା ମଧ୍ୟରେ ଏକ କପଡ଼ା ବାଡ଼ ସୃଷ୍ଟି କରି ରଥକାମ କରାଯାଉଛି  । କୋଭିଡ୍‌ ମୁକାବିଲା ନେଇ ଗାଇଡ୍‌ଲାଇନ୍‌କୁ ଅନୁପାଳନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ତେବେ ରଥ ନିର୍ମାଣ ପାଇଁ ଅନୁମତି ମିଳିଛି, ମାତ୍ର ରଥଯାତ୍ରା ନେଇ କିଛି ନିଷ୍ପତ୍ତି ନିଆଯାଇନାହିଁ । ତେବେ ରଥଯାତ୍ରା ହେବନା ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave a Reply