ମୃତ୍ୟୁ ଦେହକୁ ଛୁଇଁଲେନି ପରିଜନ, କାନ୍ଧ ଦେଲେ ପୋଲିସ

ନୂଆଦିଲ୍ଲୀ: ଆଖି ଆଗରେ ପରିଜନଙ୍କ ମୃତ୍ୟୁ ଘଟୁଛି । କୋଭିଡରେ କେତେବେଳେ ବି କାହାର ଜୀବନ ଚାଲି ଯାଉଛି । କଥାରେ ଅଛି ବନ୍ଧୁ ଥିଲେ ଭୟ ନାହିଁ । ଅନ୍ତତଃ ପକ୍ଷେ କାନ୍ଧ ଦେବାକୁ କାହାର ସାହାରା ଲୋଡା ନାହିଁ । କାରଣ ବନ୍ଧୁ ପରିଜନ ପରା ସେଇଥିପାଇଁ ସୃଷ୍ଟି ହୋଇଥାଏ । କିନ୍ତୁ ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଘଟଣା ଘଟିଛି । ଯାହା ହୃଦୟ ବିଦାରକ ନିଶ୍ଚେ ।

ଗ୍ରେଟର କୈଳାଶ ଅଞ୍ଚଳରେ ନିଜ ଝିଅ ଏବଂ ନାତୁଣୀ ସହ ରହିଆସୁଥିଲେ ୭୦ ବର୍ଷୀୟ ସୁରେଶ କୁମାର ବୁଟା । ଗୋଟେପଟେ ଘରର ସମସ୍ତ ପରିବାର କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲା ବେଳେ ଏକୁଟିଆ ଘରେ ରହିଆସୁଥିଲେ ସୁରେଶ କୁମାର ।

ସେପଟେ ବୃଦ୍ଧ ଜଣଙ୍କ ଏକାକୀ ଘରେ ରହୁଥିବାବେଳେ ଚାକର ହିଁ ତାଙ୍କ କଥା ବୁଝି ଆସୁଥିଲା । ରାତିରେ ଶୋଇଥିବା ସୁରେଶ କୁମାର ସକାଳକୁ ଉଠି ନଥିଲେ । ସମୟ ବିଳମ୍ବ ହେବାରୁ ଚାକର ଜଣଙ୍କ ବୃଦ୍ଧଙ୍କ କାବଟ ବାଡେଇ ଥିଲେ, କିନ୍ତୁ କବାଟ ଖୋଲିନଥିଲେ ସେ । ପରେ ସନ୍ଦେହ ହେବାରୁ କବାଟ ତାଡି ଥିଲେ ଚାକର । ଏବଂ ଦେଖିଥିଲେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା ।

ମେଡିକାଲରେ କୋଭିଡ ସଂକ୍ରମିତ ଥିବା ପରିବାର ଲୋକେ ଏ ବିଷୟରେ ଖବର ପାଇବା ପରେ ସମ୍ପର୍କୀୟ ଏବଂ ପରିଜନଙ୍କୁ କଲ କରିଥିଲେ । ଶେଷକୃତ୍ୟ ସମ୍ପନ୍ନ କରିବାକୁ କହିଥିଲେ । ହେଲେ କେହି ତାଙ୍କ ଅନୁରୋଧ ରକ୍ଷା କରିନଥିଲେ । କୋଭିଡରେ ସଂକ୍ରମିତ ହୋଇନଥିବା ବୃଦ୍ଧଙ୍କ ମୃତ ଦେହକୁ ପଡୋଶୀ, ପରିଜନ କେହି ଛୁଇଁନଥିଲେ ।

ସବୁଠୁ ନିରାଶ ହେବାପରେ ତାଙ୍କ ଝିଅ ସ୍ଥାନୀୟ ଏସଏଚଓଙ୍କୁ କଲ କରିଥିଲେ । ଏବଂ ସମସ୍ତ ଘଟଣା ବିଷରେ ଅବଗତ କରିଥିଲେ । ଏହାପରେ ଏସଏଚଓ ରିତେଶ କୁମାର ନିଜ ଟିମକୁ ବୃଦ୍ଧଙ୍କ ଘରକୁ ପଠାଇଥିଲେ । ପୋଲିସ ଟିମ ବୃଦ୍ଧଙ୍କୁ ମଶାଣୀ ଆଣିବା ସହ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ମନ୍ନ କରିଥିଲେ ।

Leave a Reply