spot_img

Latest Posts

କିଛି ଘଣ୍ଟା ପରେ ଘଟଣାବହୁଳ ୨୦୨୫ ବିଦାୟ ନେବ, ଆସିବ ୨୦୨୬

ବର୍ଷର ଶେଷ ସୂର୍ଯ୍ୟସ୍ତ। କିଛି ଘଣ୍ଟା ପରେ ଘଟଣାବହୁଳ ୨୦୨୫ ବିଦାୟ ନେଇ ଆସିବ ୨୦୨୬। ନୂଆ ସୂର୍ଯ୍ୟକିରଣରେ ଉଦଭାସିତ ହେବ ଜୀବନ। ଏହି ସନ୍ଧିକ୍ଷଣର ମଜା ନେବା ଲାଗି ପର୍ଯ୍ୟଟନସ୍ଥଳୀରେ ଜମିଛି ଭିଡ। ପୁରୁଣା କଥାକୁ ଭୁଲି ନୂଆ ଜୀବନର ସକାଳ ଲାଗି ରହିଛି ସମସ୍ତଙ୍କ ଅପେକ୍ଷା। ଅସ୍ତରଙ୍ଗ ସ୍ଥିତ ପୀରଜାହାନିଆ, ଗଙ୍ଗାଦେବୀ, କୋଣାର୍କ ସ୍ଥିତ ରାମଚଣ୍ଡୀ, ଚନ୍ଦ୍ରଭାଗା କୂଳେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ । ଡିଜେ ସାଉଣ୍ଡର ତାଳେ ତାଳେ ଭୋଜି ଭାତର ଆସର ।

ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦରେ ଶେଷ ହେବ ୨୦୨୫। ।କୁଆଡ଼େ ଚାଲିଗଲା ବର୍ଷଟିଏ କେହି ରଖିପାରିଲେ ନାହିଁ ହିସାବ। ହେଲେ ନୂଆ ବର୍ଷରେ ନୂଆ ଆଶା, ଉଦ୍ଦୀପନା ନେଇ ୨୦୨୬କୁ ନୂଆ ଭାବେ ସ୍ବାଗତ କରିବା ଲାଗି ସମସ୍ତେ ଅଛନ୍ତି ବ୍ୟଗ୍ର। ପର୍ଯ୍ୟଟନର କ୍ଷେତ୍ର ସମସ୍ତଙ୍କ ମନ, ପ୍ରାଣରେ ଭରିଛି ନୂଆ ଉତ୍ସାହ। ନାନା କିମ୍ବଦନ୍ତୀ, ପ୍ରାଚୀନ କଥାବସ୍ତୁକୁ ନେଇ ବେଶ୍ ସମୃଦ୍ଧ କୋଣାର୍କ। ନୂଆ ବର୍ଷରେ ନୂଆ ଜୀବନ ଲାଗି ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ପର୍ଯ୍ୟଟକ। କୋଣାର୍କ ଭରିଦେଇଛି ନୂତନ ଜୀବନର ରାହା।

Latest Posts

Don't Miss