ସ୍ୱାମୀଙ୍କ ମୃତ୍ୟୁ ପରେ ଦିଅର ପାଖରେ ରହୁଥିଲେ, ହଠାତ୍‌ ୩ ପିଲାଙ୍କୁ ଦେଲେ ବିଷ !

Mother Trying To kill children

ଭୁବନେଶ୍ୱର: ଚନ୍ଦକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ୩ ପିଲାଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଉଦ୍ୟମ । ବିଷକ୍ରିୟାରେ ୨ ପୁଅ ପ୍ରାଣ ହରାଇଛନ୍ତି । ଆଉ ଜଣ ଝିଅର ଅବସ୍ଥା ଗୁରୁତର ରହିଛି । ସେପଟେ ମା’ର ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ଉଭୟଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ମା’କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । କିନ୍ତୁ ପୁଅର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି ।

ମୃତ ପୁଅ ଦୁଇ ଜଣ ହେଲେ ବିଜୁ ଓ ରାଜୁ । ଜଣଙ୍କର ବୟସ ୪ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୩ ବର୍ଷ ବୋଲି ଜଣାପଡ଼ିଛି । ଯେଉଁ ଝିଅଟିର ଚିକିତ୍ସା ଚାଲିଛି ତାର ବୟସ ଦେଢ଼ ବର୍ଷ ବୋଲି ଜଣାପଡିଛି । ଖବର ପାଇ ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ହେଉଛନ୍ତି ବିଂଝଗିରି ଅଞ୍ଚଳ କନ୍ଦଲେଈ ଗାଁର ଜାନକୀ ଗାଗାରେଇ । ଜାନକୀଙ୍କ ସ୍ୱାମୀ ମୃତ୍ୟୁ ବରଣ କରିବା ପରେ ସେ ତାଙ୍କ ଦିଅରଙ୍କ ପାଖରେ ରହୁଥିଲେ । ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମହିଳାଙ୍କ ଚେତା ଫେରିଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି ।

Leave a Reply