୨ ଝିଅଙ୍କୁ ହତ୍ୟାକରି ମୃତଦେହ ନିକଟରେ ନାଚିଥିଲେ ମାଆ

1 min read
After Killing Two Daughter Mother Dance In Front Of Body Tirupati

ତିରୁପତି: ରାଜ୍ୟ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାସ୍ଥିତ ମଦନପାଲି ଗାଁରେ ନିଜର ଦୁଇ ଝିଅଙ୍କୁ ହତ୍ୟା କରିଥିବା ମାଆ, ମୃତଦେହ ନିକଟରେ ନାଚୁଥିଲେ । ନିଜକୁ ଭଗବାନ ଶିବ ବୋଲି କହିବା ସହ ଏହି ମହିଳା ଜଣଙ୍କ କରୋନା ସଂକ୍ରମିତ କି ନୁହେଁ ତାହା ପରୀକ୍ଷଣ ପାଇଁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ରବିବାର ଦିନ ୨୪ ଘଣ୍ଟା ଭିତରେ ଜୀବନ ଫେରି ଆସିବ ବୋଲି ଭାବି ୨ ଝିଅଙ୍କୁ ବଳି ଚଢ଼ାଇଥିଲେ ବାପା ଡା. ଭି ପୁରୁଷୋତ୍ତମ ନାଇଡ଼ୁ ଏବଂ ମାଆ ପଦ୍ମଜା । ଜଣେ ତାନ୍ତ୍ରିକଙ୍କ ପ୍ରରୋଚନାରେ ଆସି ବାପା-ମାଆ ନିଜର ଦୁଇ ଝିଅଙ୍କୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା ।

ମୃତ ଦୁଇ ଝିଅ ହେଲେ ୨୭ ବର୍ଷୀୟା ଆଲେଖ୍ୟା ଏବଂ ୨୨ ବର୍ଷୀୟା ସାଇ ଦିବ୍ୟା । ପୋଲିସ ସୂଚନା ଅନୁସାରେ  ନିର୍ମମ ଭାବେ ଏମାନଙ୍କୁ ହତ୍ୟା କରିବା ପରେ ଉଭୟ ବାପା ଓ ମାଆ ମୃତଦେହ ନିକଟରେ ବସି ରହିଥିଲେ ।

ମୃତଦେହ ନିକଟରେ ବସି ରହିବା ସମୟରେ କରୋନା ଭୂତାଣୁ ଚୀନ ଦ୍ୱାରା ନୁହେଁ ବରଂ ଭଗବାନ ଶିବଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କହୁଥିବା ପୋଲିସ କହିଛି । ଖାଲି ସେତିକି ନୁହେଁ ଏହି ଭୂତାଣୁ ପୃଥିବୀ ପୃଷ୍ଠରୁ ‘ଅପଶକ୍ତି’କୁ ନଷ୍ଟ କରିବା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି ।

ଏ ଭିତରେ ଶ୍ରୀ ନାଇଡ଼ୁ ଏହାକୁ ଅପରାଧିକ ଘଟଣା ବୋଲି ସ୍ୱୀକାର କରିଥିବା ବେଳେ ମା’କିନ୍ତୁ ଏହା ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଇଥିବା କହିଛନ୍ତି ।

Leave a Reply