ବିଜେପି ସହ ଯିଏ ମେଣ୍ଟ କରିଛି ସେ ଧ୍ୱଂସ ହୋଇଛି: ତେଜସ୍ୱୀ ଯାଦବ

1 min read

ପାଟନା: ବିହାରରେ ନୂଆ ସରକାର ଗଠନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । କଂଗ୍ରେସ, ବାମଦଳ ଓ ଅନ୍ୟ କିଛି ଛୋଟ ଦଳ ସହ ମିଶି ଆରଜେଡି-ଜେଡିୟୁ ସରକାର ଗଠନ କରିବେ । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ନୀତୀଶ କୁମାର ଓ ତେଜସ୍ବୀ ଯାଦବ  । ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ ଦାବି କରିଛନ୍ତି  । ଦିନେ ଦୁଇ ଦିନ ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ହେବ । ଆକଳନ କରାଯାଉଛି ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ, ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ସେହିପରି କଂଗ୍ରେସରୁ ବାଚସ୍ପତି ହେବେ ।

ଦୁଇ ନେତା ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ନୀତିଶ ଏହି ସମୟରେ କହିଥିଲେ, ଆମେ ରାଜ୍ୟପାଳଙ୍କୁ ଭେଟି ୭ଦଳର ୧୬୪ ବିଧାୟକଙ୍କ ସମର୍ଥନ କଥା କହିଥିଲୁ ।  ଏବେ ରାଜ୍ୟପାଳଙ୍କ ଉପରେ ନିର୍ଭର ଯେ ସେ କେବେ ସରକାର ଗଠନ ପାଇଁ ନିମନ୍ତ୍ରଣ କରୁଛନ୍ତି । ଏହାପରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ତେଜସ୍ବୀ ଯାଦବ  । ବିଜେପି ସହ ଯିଏ ବି ମେଣ୍ଟ କରିଛି ସେ ଧ୍ବଂଶ ହୋଇଯାଇଛି  । ବିଜେପି ବିରୋଧୀଙ୍କୁ ଶେଷ କରିଦେବାକୁ ଷଡ଼ଯନ୍ତ୍ର କରେ  । ବିଧାୟକଙ୍କୁ କିଣା ବିକା କରେ  । ବିକାଶ ନାଁରେ ବିନାଶ କରେ ବୋଲି ତେଜସ୍ବୀ ଯାଦବ କହିଛନ୍ତି  । ବିହାରର ବିକାଶ ପାଇଁ ନୀତୀଶ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି ତେଜସ୍ବୀ କହିଛନ୍ତି  । ବର୍ତ୍ତମାନ ଯେଉଁ ସରକାର ଗଠନ ହେବାକୁ ଯାଉଛି ଏହାହିଁ ପ୍ରକୃତ ଜନାଦେଶ  ।

ବିହାରବାସୀ ଯାହା ଚାହୁଁଥିଲେ ସେହା ହେଲା ବୋଲି ତେଜସ୍ବୀ ଯାଦବ କହିଛନ୍ତି  । ଏବେ ଠୁ ବିହାର ବିକାଶର ନୂଆ କାହାଣୀ ଲେଖାଯିବ ବୋଲି ସେ କହିଛନ୍ତି  । ସୂଚନାଥାଉକି ଆଜି ଅପରାହ୍ନରେ ରାଜନୈତିକ ହଟଚମଟ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ନୀତୀଶ । ଇସ୍ତଫା ପରେ ତେଜସ୍ବୀ ଯାଦବଙ୍କ ଘରେ ପହଞ୍ଚିଥିଲେ  ନୀତୀଶ କୁମାର । ସେପଟେ ପ୍ରେସମିଟ କରି ନୀତୀଶଙ୍କ ଉପରେ ବର୍ଷିଛି ବିହାର ବିଜେପି । ନୀତୀଶ ବିଜେପି ଓ ବିହାରବାସୀଙ୍କ ସହ ବିଶ୍ବାସଘାତକତା କରିଛନ୍ତି ବୋଲି ବିଜେପି କହିଛି ।