spot_img

Latest Posts

ବଢ଼ୁଛି ପିଆଜ ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କାହିଁକି..?

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଏବେ ସାଧାରଣ ଲୋକଙ୍କ କଷ୍ଟ ଆଣିଥିବା ବେଳେ ପିଅଜ ଦର ମଧ୍ୟ କନ୍ଦାଇବାକୁ ଆରମ୍ଭ କଲାଣି । ଗତ ଦେଢ଼ ମାସ ମଧ୍ୟରେ ପିଆଜ ଦର ଦ୍ୱିଗୁଣିତ ହୋଇଛି । ଏସିଆର ବୃହତମ ପିଆଜ ମଣ୍ଡି ଲାସଲଗାଓଁରେ ଦୁଇ ଦିନରେ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ମହଙ୍ଗା ହୋଇଛି ପିଆଜ । ଦିଲ୍ଲୀର ହୋଲସେଲ ବଜାରରେ ପିଆଜ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାର ଖୁଚୁରା ମୂଲ୍ୟ ୬୫ ରୁ ୭୫ ଛୁଇଁଲାଣି ।

Onion

ମିଡିଆ ରିପୋର୍ଟ ଅନୁଯାୟୀ, ଲାସାଲଗାଓଁ ମାଣ୍ଡିରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ କ୍ୱିଣ୍ଟାଲ ପିଛା ୯୭୦ ଟଙ୍କା ବୃଦ୍ଧି ପାଇ ଗତ ୨ ଦିନରେ କ୍ୱିଣ୍ଟାଲ ପିଛା ୪୨୦୦ ରୁ ୪୫୦୦ ଟଙ୍କା ହୋଇଛି। ସୂଚନାଯୋଗ୍ୟ ନାସିକର ଏହି ଲାସଲଗାଓଁରୁ ସାରା ଦେଶକୁ ପିଆଜ ପଠାଯାଏ । କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ପିଆଜ ଫସଲରେ ଅନେକ କ୍ଷତି ହୋଇଛି । ଯେଉଁ କାରଣରୁ ହୋଲସେଲ ବଜାରରେ ପିଆଜ ପହଞ୍ଚିବାର ପରିମାଣ କମିଯାଇଛି । ଏଥିପାଇଁ ପିଆଜ ମହଙ୍ଗା ହୋଇଛି ।

Onion

ପିଆଜ ମୂଲ୍ୟ ଆହୁରି ବଢ଼ିପାରେ

ଶନିବାର, ଲାସାଲଗାଓଁରେ ପିଆଜର ହାରାହାରି ମୂଲ୍ୟ କ୍ୱିଣ୍ଟାଲ ପିଛା ପ୍ରାୟ ୪୨୫୦-୪୫୫୧ ଥିଲା । ଖରିଫ ଫସଲ ସମୟରେ ପିଆଜ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୮୭୦ ରହିଥିଲା। ବ୍ୟବସାୟୀଙ୍କ କହିବା ଅନୁଯାୟୀ ବର୍ଷା କାରଣରୁ ପିଆଜର ମୂଲ୍ୟ ବୃଦ୍ଧି ପାଇଛି। ଫେବୃଆରୀ ୨୦ ରେ, ଲାସାଲଗାଓଁ ମାଣ୍ଡିରେ ପିଆଜ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୫୦୦ ରୁ ୪୫୦୦କୁ ପହଞ୍ଚିଥିଲା । ଯାହା ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ବୋଲି କୁହାଯାଉଛି।

Latest Posts

Don't Miss