spot_img

Latest Posts

ସାଲିଆସାହିରେ ସରିଲା ଉଚ୍ଛେଦ: ବାମପାର୍ଶ୍ବ ରାସ୍ତାରେ ଆରମ୍ଭ ହେଲା ସମତୁଲ ଓ ଡ୍ରେନ ନିର୍ମାଣ କାର୍ଯ୍ୟ

ସାଲିଆସାହିରେ ସରିଲା ଉଚ୍ଛେଦ । ବାମପାର୍ଶ୍ବ ରାସ୍ତାରେ ଆରମ୍ଭ ହେଲା ସମତୁଲ ଓ ଡ୍ରେନ ନିର୍ମାଣ କାର୍ଯ୍ୟ । ବୁଦ୍ଧ ବିହାରରେ ଯୋଗାଇ ଦିଆଗଲା ସମସ୍ତ ସରକାରୀ ସୁବିଧା । ୩ ଦିନର ମାରାଥନ ଉଚ୍ଛେଦ ପରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ଲାଗି ଯୋଜନା କରିଛି ପୂର୍ତ୍ତ ବିଭାଗ । ଡିଭିଜନ-୩ ପକ୍ଷରୁ ଆରମ୍ଭ ହୋଇଛି ମାପଚୁପ । ଉଚ୍ଛେଦ ପରେ ଆରମ୍ଭ ହେଲା ଡ୍ରେନ ନିର୍ମାଣ କାର୍ଯ୍ୟ । ପ୍ରତିଦିନ ରାତିରେ ୫୦ ଟ୍ରିପ ବର୍ଜ୍ୟ ଉଠା ଯାଉଛି । ରାସ୍ତା ନିର୍ମାଣ କେଉଁ ସବୁ ଗଛ କଟା ହେବ, ସେଗୁଡ଼ିକୁ ଚିହ୍ନଟ କରି ନମ୍ବର କରାଯାଇଛି । ଏହାସହ ବଲ ପଡିଆ, ଅସ୍ଥାୟୀ କଣ୍ଟ୍ରୋଲ ରୁମ ସମ୍ମୁଖ ଓ ହାତୀଆଶୁଣି ଏମସିସି ନିକଟ ଖୋଲା ପଡ଼ିଆକୁ ଜବରଦଖଲ ଆଶଂକାରେ ତାର ଜାଲି ବୁଲାଇବାକୁ ଯୋଜନା କରିଛି ବିଡିଏ । ଉଚ୍ଛେଦ ପରେ ବୁଦ୍ଧ ବିହାରରେ ୫ଶହ ପରିବାରଙ୍କୁ ଥଇଥାନ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ୩ ଥର ଖାଇବା ଦିଆ ଯାଉଛି । ଆବଶ୍ଯକ ହେଲେ ଆଉ କିଛିଦିନ ଖାଦ୍ଯ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।

ସେପଟେ ବସ୍ତିରେ ଘର ଭାଙ୍ଗିବା ପରେ ଭିଟାମାଟି ମୁହାଁ ଲୋକେ । ମିଳିଥିବା ପ୍ଳାଟ ଛୋଟ ହୋଇଥିବାରୁ ଯିବାକୁ ମନ କରୁ ନାହାନ୍ତି । ସେପଟେ ଉଚ୍ଛେଦ ପରେ ବୁଦ୍ଧ ବିହାରରେ ବସ୍ତି ବାସିନ୍ଦାଙ୍କୁ ଫ୍ଳାଟ ମିଳିଛି । ତେବେ ଥଇଥାନ କରି ଉଚ୍ଛେଦ କରିଥିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ବସ୍ତିବାସିନ୍ଦା । ସେପଟେ ବୁଦ୍ଧ ବିହାର ଫ୍ଳାଟରେ ଆଜି ଠାରୁ ପେନସନ ଓ ରାସନ ଦିଆଯାଇଛି । ଅଙ୍ଗନବାଡିରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସଜାଗ ରହିଛି । ଫ୍ଳାଟ ଗୁଡିକରେ ବିଦ୍ୟୁ ତ ଓ ପାଣି ସେବା ଯୋଗା ଦିଆ ଯାଇଛି । ଆସନ୍ତା ଏକ ମାସ ମଧ୍ୟରେ ଯୋଗୁଁ ହିତାଧିକାରୀଙ୍କୁ ଚିହ୍ନଟ କରି ଫ୍ଳାଟ ଦିଆଯିବ ବୋଲି କହିଛନ୍ତି କମିଶନର । ସାଲିଆ ସାହି ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ରାସ୍ତା ପାଇଁ ୫୬୦ ଘର ଭଙ୍ଗା ଯାଇଛି ।

Latest Posts

Don't Miss