spot_img

Latest Posts

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ତାଳଚେରରେ AQI ୨୫୦ ରେ ପହଞ୍ଚିଥିବା ବେଳେ ଆଜି ଅନୁଗୁଳରେ ଏହା ୨୦୬, ଭୁବନେଶ୍ୱରରେ ୨୨୮ ଓ କଟକରେ ୨୨୯ ରହିଛି। ଗତକାଲି ବାଲେଶ୍ବରରେ AQI ୨୩୨, ଭୁବନେଶ୍ଵରରେ ୨୩୦, କଟକରେ ୨୧୯, ରାଉରକେଲାରେ ୧୩୮, ନୟାଗଡରେ ୧୦୬, ବଡବିଲରେ ୧୨୨, ବାରିପଦାରେ ୧୧୧, ବଜ୍ରରାଜନଗରରେ ୧୦୩ ଏବଂ କେନ୍ଦୁଝରରେ ଏକ୍ୟୁଆଇ ୧୪୨ ଥିଲା । ଆଗରୁ ବାଲେଶ୍ବର, ଅନୁଗୁଳ, କଟକ, ଭୁବନେଶ୍ବର ଏବଂ ତାଳଚେରରେ ବାୟୁ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଥିଲା। ହେଲେ ଏବେ ପୁଣି ଥରେ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଧୀରେ ଧୀରେ AQI ୩୦୦ ଆଡ଼କୁ ଯାଉଥିବାରୁ ଉଦବେଗ ପ୍ରକାଶ ପାଇଛି। AQI ଶୂନରୁ ୫୦ ମଧ୍ୟରେ ରହିଲେ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଗୁରୁତର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିବେଚନା କରିଥାଏ ।

ଆଜି ସକାଳେ ଦିଲ୍ଲୀର AQI 348 ରେକର୍ଡ କରାଯାଇଛି। କିଛି ଦିନ ତଳେ ଦିଲ୍ଲୀକୁ ପଛରେ ପକାଇ ତାଳଚେର ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଥିଲା। ତେବେ ରାଜ୍ୟରେ ବାୟୁ ପ୍ରଦୂଷଣ ପୁଣି ବଢ଼ଥିବାରୁ ଏହାର କାରଣକୁ ନେଇ ପରିବେଶବିତ ଉଦ୍‌ବେଗ ପ୍ରକାଶ କଲେଣି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି କଟକଣାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ କିମ୍ବା ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରୁ ନ ଥିବାରୁ ସ୍ଥିତି ବିଗୁଡୁଥିବା ସନ୍ଦେହ କରାଯାଉଛି।

Latest Posts

Don't Miss