ପୁଣି ଇସ୍କନର ଅଦିନିଆ ରଥଯାତ୍ରା ଅଭିଯୋଗ

ପୁଣି ଇସ୍କନର ଅଦିନିଆ ରଥଯାତ୍ରା ଅଭିଯୋଗ। ଉତ୍ତରାଖଣ୍ଡ ମଧୁବନ ଆଶ୍ରମ ରିଷିକେଷରେ ଏହି ରଥଯାତ୍ରା କରାଯାଇଥିବାର ସୂଚନା ମିଳିଛି। ଚଳିତ ଅକ୍ଟୋବର ୭ ତାରିଖ ମଙ୍ଗଳବାରରେ ଏହି ରଥଯାତ୍ରା ଇସ୍କନ ପକ୍ଷରୁ କରାଯାଇଥିଲା। ସକାଳ ସାଢ଼େ ୯ଟାରେ ମଧୁବନ ଆଶ୍ରମରୁ ରଥ ବାହାରି ତ୍ରିବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱାରା ଶ୍ରୀଗୁରୁ ସିଂ ସଭା ରେଳୱ ରୋଡ୍ ରେ ପହଞ୍ଚିଥିଲା। ଏକ ଚାରି ଚକିଆ ଗାଡ଼ିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଏକ ୪ ଚକିଆ ଗାଡ଼ିରେ ନିଆଯାଇଥିଲା। ଇସ୍କନର ଏପରି ନୀତି ବିରୋଧୀ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ସେପ୍ଟେମ୍ବର ୬ ତାରିଖରେ ଇସ୍କନକୁ ଏକ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଦିଆଯାଇଥିଲା। ନୀତି ଓ ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତିଙ୍କ ଦ୍ଵାରା ଇସ୍କନକୁ ଚିଠି ଲେଖାଯାଇଥିଲା। ତଥାପି ମାତ୍ର ମାସେ ଭିତରେ ନୀତି ତିଥିକୁ ଅବମାନନା କରି ଇସ୍କନ ରଥଯାତ୍ରା କରିଥିବାରୁ ଏହାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।