ସୀମାରେ ପୁଣି ଆନ୍ଧ୍ରର ହୀନ ଚକ୍ରାନ୍ତ, ପ୍ରକାଶ କରିଛି ନିର୍ବାଚନୀ ବଜ୍ଞପ୍ତି

Andhra Pradesh

File Photo

କୋରାପୁଟ: ସୀମାରେ ପୁଣି ଆନ୍ଧ୍ରର ହୀନ ଚକ୍ରାନ୍ତ । କୋରାପୁଟ ଜିଲ୍ଲାର ତଲଗଂଜେଇପଦରରେ ନିର୍ବାଚନ କରିବାକୁ ଆନ୍ଧ୍ର ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ବିଜ୍ଞପ୍ତି । ତଲଗଂଜେଇପଦରକୁ ଗଂଜେଇଭାଦ୍ର ଭାବେ ନାମିତ କରି ସମିତି ସଭ୍ୟ ନିର୍ବାଚନ କରୁଛି ଆନ୍ଧ୍ର ।

ସେହିପରି ପାଟୁ ସିନାରୀ ପଞ୍ଚାୟତକୁ ପାଟୁ ଚିନ୍ନାରୁ, ଫଗୁଣ ସିନାରୀ ପଞ୍ଚାୟତକୁ ପଗଲୁ ଚିନ୍ନାରୁ ଓ ତନାମ ପଞ୍ଚାୟତକୁ ତନାମ ନାଁରେ ନାମିତ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଲଢୁଛି । ଆସନ୍ତା ଏପ୍ରିଲ ୮ରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ, ୧୦ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଗଂଜେଇଭଦ୍ର ପଞ୍ଚାୟତ ସମିତି ସଭ୍ୟ ପାଇଁ ଧୂଳିପଦରର ଆପାଲାମା ମାଝୀ ଓ ଉପରସିବିର ମାରି ଡମ୍ବାଇ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ତ୍ରିମୁଖୀ ଲଢେଇ ଚାଲିଛି । ତେବେ ଓଡ଼ିଶାରେ ଆନ୍ଧ୍ରର ଏ ହୀନ ଚକ୍ରାନ୍ତକୁ ସବୁ ମହଲରେ ନିନ୍ଦା କରାଯାଇଛି । ପୂର୍ବରୁ ମଧ୍ୟ କୋଟିଆର ତିନିଟି ଗାଁରେ ଜୋରଜବରଦସ୍ତ ନିର୍ବାଚନ କରିଥିଲା ଆନ୍ଧ୍ର । ଯାହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା ।

Leave a Reply