୧୮ରେ ପୁଣି ଚାଷୀ କରିବେ ଆନ୍ଦୋଳନ, ସାରା ଦେଶରେ ଗଡ଼ିବାକୁ ଦେବେନି ରେଳ

ନୂଆଦିଲ୍ଲୀ: ୧୮ରେ ପୁଣି ଚାଷୀ କରିବେ ଆନ୍ଦୋଳନ । ପୁରା ଦେଶରେ ୪ ଘଣ୍ଟା ପାଇଁ କରିବେ ରେଳ ରୋକ । ଏନେଇ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ସମସ୍ତ ରଣନୀତି ପ୍ରସ୍ତୁତ ସରିଛି ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ଆନ୍ଦୋଳନକୁ ସଫଳ କରିବା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏବେ ସୁଦ୍ଧା ୨୨୮ ଜଣ ଆନ୍ଦୋଳକାରୀ ଚାଷୀ ସହିଦ ହୋଇସାରିଲେଣି । ହେଲେ ଏବେ ସୁଦ୍ଧାର ସରକାର ତାଙ୍କ ପ୍ରତି କୌଣସି ଅନୁକମ୍ପା ମୂଳକ ରାଶି ଘୋଷଣା କରିନାହାନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ସଂଗଠନ ।

ରାଜ୍ୟସଭାରେ ପ୍ରଧାନମମନ୍ତ୍ରୀ ମୋଦି ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାଲାଗି  ଅପିଲ କରିଥିଲେ । ହେଲେ ଚାଷୀ ସଂଗଠନ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଥିଲେ । ଫେବ୍ରୁଆରୀରେ ୧୮ ମିଳିତ କିଷାନ ମୋର୍ଚ୍ଚା ୪ ଘଣ୍ଟିଆ ରେଳ ରୋକ କରିବ ବୋଲି ସଂଠନର ନେତା ଡ.ଦର୍ଶନ ପାଲ୍ ସୂଚନା ଦେଇଛନ୍ତି ।

ପୂର୍ବରୁ ଯୋଜନା ଅନୁଯାୟୀ ଚାଷୀ ସଂଗଠନ ପକ୍ଷରୁ ଗତ ୧୪ ତାରିଖରେ ପୁଲୱାମା ଆତଙ୍କୀ ହାମଲାରେ ସହିଦ ଯବାନଙ୍କ ପାଇଁ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା ।

Leave a Reply