କିଛି ଦିନ ବ୍ୟବଧାନ ପରେ ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା । ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁ ରାଧାକାହ୍ନୁ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ରାଧାକାହ୍ନୁଙ୍କ ରୂପାସୁନା ଅଳଙ୍କାର ସମତେ ହୁଣ୍ଡି ବାକ୍ସ ଲୁଟି ନେଇଛନ୍ତି ଲୁଟେରା । ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆଜି ମଇତାପୁର ମହୋତ୍ସବ ଧୁମଧାମରେ ହେବାକୁ ଥିବା ବେଳେ ପାର୍ଶ୍ଵରେ ଥିବା ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା । ସିମୁଳିଆ ବ୍ଲକରେ ଚୋରି ଲାଗି ରହିଥିବା ବେଳେ ପୋଲିସର ନିଷ୍କ୍ରିୟତା ସମସ୍ତଙ୍କୁ ଚକିତ କରିଛି l

