ରାଜସ୍ଥାନରେ ପୁଣି ତେଜିଲା ମୁଖ୍ୟମନ୍ତ୍ରୀ ଚୌକି ବିବାଦ

ଜୟପୁର: ରାଜସ୍ଥାନରେ ପୁଣି ମୁଣ୍ଡ ଟେକିଛି ମୁଖ୍ୟମନ୍ତ୍ରୀ ଚୌକି ବିବାଦ । ଅଶୋକ ଗେହଲଟଙ୍କୁ ହଟାଇ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଦାବି ଜୋର ଧରିଛି ।

ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ ସୋନିଆ ଗାନ୍ଧି ନିଜକୁ ପୂର୍ଣ୍ଣକାଳୀନ ସଭାପତି ଥିବା କହିଥିଲେ । ଏହାସହ ଦଳୀୟ ମତାନ୍ତରକୁ ମିଡିଆ ଆଗକୁ ନଆଣି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।

ବୈଠକ ପରେ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଗେହଲଟ । ଦୁଇ ନେତାଙ୍କ ମଧ୍ୟରେ ରାଜ୍ୟ ରାଜନୀତିକୁ ନେଇ ଚର୍ଚ୍ଚା ହୋଇଥିଲା । ଏହାସହ ସଚିନଙ୍କୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି । ଏହି ଆଲୋଚନାରେ କଂଗ୍ରେସ ସଂଗଠନ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା, ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ, ଦଳର ରାଜସ୍ଥାନ ପ୍ରଭାରୀ ଅଜୟ ମାକେନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply