ଶୋଚନୀୟ ହୋଇପଡିଛି ଆଗଲପୁର ବ୍ଲକ ପଟୁଆପାଳିରୁ ବଙ୍ଗାବାହାଲ ରାସ୍ତା

1 min read

ନନ୍ଦିଘୋଷ ବ୍ୟୁରୋ: ରାସ୍ତା ସାରା ମୃତ୍ଯୁର ସିଡି । ଶୋଚନୀୟ ହୋଇପଡିଛି ଆଗଲପୁର ବ୍ଲକ ପଟୁଆପାଳିରୁ ବଙ୍ଗବାହାଲ ରାସ୍ତା । କାଦୁଅ ପଚପଚ ଖାଲଢିପ ରାସ୍ତାରେ ଯିବା ଆସିବା କରୁଛନ୍ତି ପାଞ୍ଚଖଣ୍ଡ ପଞ୍ଚାୟତ ବାସୀ । ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ରାସ୍ତା ସାରା ଖାଲ ଖମା। ଆଉ ତା ଭିତରେ ପାଣି ପଚପଚ । କାଦୁଅ ରାସ୍ତାରେ ଯାଆସ କରୁଛନ୍ତି ଲୋକେ । ଏ ହେଉଛି ଆଗଲପୁର ବ୍ଲକ ପଟୁଆପାଳିରୁ ବଙ୍ଗାବାହାଲ ରାସ୍ତାର ଅବସ୍ଥା । ଏହି ରାସ୍ତା ଦେଇ ପ୍ରତ୍ଯେକ ଦିନ ବ୍ଲକ, ହସ୍ପିଟାଲ, ସ୍କୁଲ କଲେଜକୁ ପାଞ୍ଚ ଖଣ୍ଡ ପଞ୍ଚାୟତର ଲୋକେ ଯିବା ଆସିବା କରନ୍ତି l ହେଲେ ମାଟି ରାସ୍ତା କାରଣରୁ ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ସେତିକି ନୁହେଁ ଗାଁକୁ ଆମ୍ବୁଲାନ୍ସ ବି ଆସିପାରୁନାହିଁ ।

ପଟୁଆପାଳିରୁ ବଙ୍ଗାବାହାଲ ରାସ୍ତାର ଉନ୍ନତି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୯ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା । ହେଲେ ମାଟି କାମ ହେବାର ଦୁଇ ମାସ  ନପୂରୁଣୁ ରାସ୍ତା ଅତି କଦର୍ଯ୍ୟ ହୋଇପଡ଼ିଛି  l ନିମ୍ନ ମାନର କାମ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତାଷ ପ୍ରକାଶ ପାଇଛି l ଅନ୍ଯପଟେ ଘଟଣା ସଂପର୍କରେ ସ୍ଥାନୀୟ ବିଡିଓ ଅବଗତ ଥିବା କହିବା ସହ ଭଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।