spot_img

Latest Posts

ପିଲାଙ୍କୁ କୋଭିସିଲ୍ଡ ଟିକା ଦିଆଯିବ କି ? ଜାଣନ୍ତୁ ବୟସକୁ ନେଇ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଭାରତରେ କରୋନା ଭ୍ୟାକସିନକୁ ନେଇ ପ୍ରସ୍ତୁତି ଶେଷପର୍ଯ୍ୟାୟରେ । ଏଯାବତ କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଅନୁମୋଦନ ମିଳିସାରିଥିବାବେଳେ ଆଗାମୀ ଦିନରେ ଟୀକାକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମସ୍ତେ ତତ୍ପର । ତେବେ ସରକାରଙ୍କ ଅନୁମୋଦନ କ୍ରମେ ସିରମ ଇନଷ୍ଟିଟ୍ୟୁଟର ‘କୋଭିସିଲ୍ଡ’କୁ ୧୮ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଦିଆଯିବ । ଅନ୍ୟପଟେ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ୧୨ ବର୍ଷରୁ ଅଧିକ ବୟସ ଥିବା ଲୋକମାନଙ୍କୁ ଦିଆଯିଇପାରିବ ।

ଭାରତ ସରକାର ଏଯାବତ ଯେଉଁ ଦୁଇଟି ଭ୍ୟାକସିନକୁ ଅନୁମୋଦନ ଦେଇଛନ୍ତି ସେଥିମଧ୍ୟରେ ସୀରମ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକସିନ ସାମିଲ ରହିଛି । କୋଭିସିଲ୍ଡକୁ ଅଧିକ ପ୍ରାଥମିକତା ଦିଆଯାଉଛି ଏବଂ ଏହାକୁ ୧୮ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଦିଆଯିବ ।  ଅନ୍ୟପଟେ ହାଇଦ୍ରାବାଦର ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କୋଭାକ୍ସିନକୁ ୧୨ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ।

ସୂଚନା ମୁତାବକ, ଭାରତ ବାୟୋଟେକ ନିଜର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲରେ ପ୍ରାୟ ୩୮୦ ଜଣ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ଭ୍ୟାକସିନର ଡୋଜ ଦେଇଥିଲା ଏବଂ ଏହାର ଫଳାଫଳ ଭଲ ଆସିଥିଲା । ଏହି କାରଣରୁ କୋଭାକ୍ସିନକୁ ୧୨ ବର୍ଷ ବୟସରୁ ଅଧିକ ଥିବା ଶିଶୁ ଏବଂ ଅନ୍ୟ ଲୋକଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।

କେଉଁ ଭ୍ୟାସିନକୁ ତେବେ ସମୟ ବ୍ୟବଧାନରେ ଦିଆଯିବ ?   

ଭାରତ ବାୟୋଟେକ ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯିବ ଏବଂ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୨୮ ଦିନର ବ୍ୟବଧାନ ରଖାଯିବ ।ସେହିପରି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିବୃତ୍ତି ମୁତାବକ ଦେଶରେ ପ୍ରଥମେ କୋଭିସିଲ୍ଡ ଭ୍ୟାକସିନ ପ୍ରଦାନ କରାଯିବ ଯାହା ୧୮ ବର୍ଷରୁ ଅଧିକ ବ୍ୟୟସ୍କ ବ୍ୟକ୍ତିଙ୍କୁ ଦିଆଯିବ । ଲୋକଙ୍କୁ କୋଭିସିଲ୍ଡର ସମୁଦାୟ ଦୁଇଟି ଡୋଜ ଦିଆଯିବ ଏବଂ ଦ୍ୱିତୀୟ ଡୋଜରେ ୪ରୁ ୬ ସପ୍ତାହର ବ୍ୟବଧାନ ରଖାଯିବ । ସେହିପରି କୋଭିସିଲ୍ଡ ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯିବ ।

Latest Posts

Don't Miss