ନନ୍ଦିଘୋଷ ବ୍ୟୁରୋ : ଚଡକ ମେଳା ହେଲା କାଳ । ମେଳାରେ ଘଟିଲା ଅଘଟଣ। ଖଜୁରୀ ଗଛରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତ ଏମପିଭି -୩୬ ଗାଁରେ। ମୃତକ ହେଲେ ଜଗଦୀଶ ସାନା।ଗାଁ ନିକଟ ଏମଭି-୭୨ ଠାରେ ଚଡକମେଳା ଆୟୋଜନ କରାଯାଇଥିଲା। ବଙ୍ଗୀୟ ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ବ୍ରତଧାରୀମାନେ ଶେଷ ସୋମବାର ଖଜୁରୀ ଗଛ ମୂଳରେ ମନ୍ତ୍ରପାଠ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ବ୍ରତଧାରୀମାନେ ଖଜୁରୀଗଛକୁ ଚଢିବା ପରମ୍ପରା ରହିଛି। ବ୍ରତ କରିଥିବା ଜଗଦୀଶ ପୂଜାର୍ଚ୍ଚନା ପରେ ୩୦ ଫୁଟ ଉଚ୍ଚର ଏକ ଖଜୁରୀଗଛକୁ ଚଢିଥିଲେ। ଉପବାସ କରିଥି ବାରୁ ଗଛ ଚଢିବା ବେଳେ ହଠାତ ତାଙ୍କ ମୁଣ୍ଡ ଘୂରି ସେ ତଳକୁ ପଡିଯାଇଥିଲେ । ଉପସ୍ଥିତ ପରିବାର ବର୍ଗ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ କାଲିମେଳା ସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ୨ ଶିଶୁ କନ୍ୟା ଓ ଗୋଟିଏ ପୁଅ ଅଛନ୍ତି। ସେହିପରି ଏମଭି ୮୦ରେ ମଧ୍ୟ ଚଡ଼କ ମେଳା ରେ ଗଛରେ ଚଢ଼ିବା ବେଳେ ଗଛରୁ ପଡ଼ି ଜଣେ ଆହତ ହୋଇଛନ୍ତି।

