spot_img

Latest Posts

ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ପୂର୍ବରୁ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଷୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି। ଏଥି ସହ ଉଭୟ ଗୃହର ନେତାଙ୍କ ସହ ସମସ୍ତ ରାଜନୈତିକ ଦଳର ସାଂସଦ ବୈଠକରେ ଉପସ୍ଥିତ ରହିବେ।

ସେପଟେ ଅପରାହ୍ଣ ୪ଟାରେ ଆଉ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ଲୋକସଭା ବାଚସ୍ପତି ଓମ ପ୍ରକାଶ ବିରଲା। ତେଣେ ଏନଡିଏର ବି ଆଜି ଅନ୍ୟ ଏକ ବୈଠକ ବସିବ । ଏହି ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବାର ସମ୍ଭାବନା ରହିଛି । ସେହିଭଳି ବିରୋଧୀ କଂଗ୍ରେସ ସହ ଅନ୍ୟ ରାଜନୈତିକ ଦଳ ମଧ୍ୟ ବୈଠକ କରିବେ। ଏହି ବୈଠକରେ ସଂସଦର ରଣନୀତି ନେଇ ଆଲୋଚନା ହେବ। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ଅଗଷ୍ଟ ୧୩ ଯାଏଁ ଚାଲିବ । ଏଥିରେ ୧୯ଟି କାର୍ଯ୍ୟଦିବସ ରହିଛି । ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟନିର୍ଘଣ୍ଟ ସକାଳ ୧୧ରୁ ସନ୍ଧ୍ୟା ୬ ଯାଏଁ ଚାଲିବ। କୋଭିଡ କଟକଣା ଭିତରେ ସଂସଦ ଅଧିବେଶନ ପରିଚାଳିତ ହେବ।

ଚଳିତ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ସମୁଦାୟ ୧୭ଟି ବିଲ୍ ଆଗତ ହେବ । ସରଗରମ ହେବ ଚଳିତବର୍ଷର ମୌସୁମୀ ଅଧିବେଶନ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ଥିବାବେଳେ ସରକାର ମଧ୍ୟ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି ।

Latest Posts

Don't Miss