spot_img

Latest Posts

୩୦ ହଜାର ଚାକିରୀ ନେବ AI!

ନନ୍ଦିଘୋଷ ବ୍ୟୁରୋ: ଗୁଗଲରେ ୩୦,୦୦୦ ଚାକିରି ଖାଇବ ଏଆଇ । ବିଜ୍ଞାପନ ସେଲ୍ସ ବିଭାଗ ପ୍ରଭାବିତ ହେବ । ଗୁଗଲରେ ଆଉ ଏକ ପର୍ଯ୍ୟାୟ ଛଟେଇ ହେବାକୁ ଯାଉଛି। ଏଥରର କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)। ଏହି ନୂଆ ପ୍ରଯୁକ୍ତି ପ୍ରଭାବରେ ଗୁଗୁଲ୍ରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି। ଏଆଇ ଲାଗୁ କରିବା ପରେ କଂପାନିର କେତେକ ପଦ ବଳକା ହୋଇପଡ଼ିଛି। ସେଗୁଡ଼ିକୁ ସବୁଦିନ ଲାଗି ବନ୍ଦ କରିବା ଉପରେ କଂପାନି ବିଚାର କରିପାରେ। ଛଟେଇ ସମୟରେ କଂପାନିର ବିଜ୍ଞାପନ ସେଲ୍ସ ଟିମ୍ରେ ପରିବର୍ତ୍ତନ ହୋଇପାରେ।

ଏଆଇ ଟୁଲ୍ ବ୍ୟବହାର କରିବା ପରେ ଗୁଗୁଲ୍ର ସେଲ୍ସ ବିଭାଗରେ ବହୁ ପଦ ଅଦରକାରୀ ହୋଇପଡ଼ିଛି। କଂପାନିର ଏଆଇ ଟୁଲ୍ ବିଜ୍ଞାପନ ପରାମର୍ଶ ଦେବା ସହ କ୍ଲାଏଣ୍ଟମାନଙ୍କ ଲାଗି ବିଜ୍ଞାପନ ପ୍ରସ୍ତୁତ କରିବାକୁ ବି ସକ୍ଷମ। ଏହି ପ୍ରକ୍ରିୟାରେ ମାନବ ହସ୍ତକ୍ଷେପ ଆଦୌଁ ଦରକାର ପଡ଼ିବନି। ଗୁଗୁଲ୍ ପକ୍ଷରୁ ଆଇ/ଓ ୨୦୨୩ କାର୍ଯ୍ୟକ୍ରମରେ ଏହାର ଏଆଇ ବିଜ୍ଞାପନ ଟୁଲ୍ ପରଫରମାନ୍ସ ମ୍ୟାକ୍ସକୁ ଉନ୍ମୋଚନ କରାଯାଇଥିଲା। ବହୁ ବିଜ୍ଞାପନଦାତା ସେହି ଟୁଲ୍ ଆଡ଼କୁ ଢଳିଛନ୍ତି। ଏହା ଜରିଆରେ ନିଜ ବିଜ୍ଞାପନ କେତେ ଫଳପ୍ରଦ ହୋଇଛି ତାହା ସେମାନେ ଜାଣଇପାରୁଛନ୍ତି। ଗତ ସପ୍ତାହରେ ହୋଇଥିବା ଏକ ବୈଠକରେ ଗୁଗୁଲ୍ର ଆମେରିକା ଓ ଗ୍ଳୋବାଲ୍ ପାର୍ଟନର ସଭାପତି ସିନ୍ ଡାଉନି ବିଜ୍ଞାପନ ସେଲ୍ସ ବିଭାଗରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ଆଭାସ ଦେଇଥିଲେ।

Latest Posts

Don't Miss