spot_img

Latest Posts

AIIMS ନର୍ସ ୟୁନିଅନ୍ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS)ର ନର୍ସ ୟୁନିଅନ୍ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରାଯାଇଛି। ଷଷ୍ଠ ବେତନ ଆୟୋଗ ସମ୍ବନ୍ଧିତ ସମସ୍ତ ଦାବି ପୂରଣ ନେଇ ନର୍ସ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ଘୋଷଣା କରାଯାଇଛି।

ଦିଲ୍ଲୀ ଏଆଇଏମ୍ଏସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନର୍ସ ସଙ୍ଘର ସମସ୍ତ ୨୩ ଦାବି ପୂରଣ ପାଇଁ ସେମାନଙ୍କୁ ଆଶ୍ୱାସନା ଦେବା ସହ ଧର୍ମଘଟରୁ ଓହରି କାର୍ଯ୍ୟରେ ଯୋଗ ଦେବକୁ ନିବେଦନ କରିଛନ୍ତି। ଗୁଲେରିଆ କହିଛନ୍ତି,  ‘ନର୍ସ ୟୁନିଅନ ବର୍ତ୍ତମାନ ଧର୍ମଘଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଉ କିଛି ମାସ ମଧ୍ୟରେ କରୋନା ଟିକା ଦେଶରେ ଉପଲବ୍ଧ ହେବାକୁ ଯାଉଛି। ତେବେ ଏଭଳି ସ୍ଥିତିରେ ନର୍ସମାନେ ଧର୍ମଘଟ ନ କରି କାର୍ଯ୍ୟରେ ଯୋଗ ଦିଅନ୍ତୁ ଓ ଦେଶକୁ ମହାମାରୀ ମୁକ୍ତ କରିବାରେ ସହଯୋଗ କରନ୍ତୁ।’

ଅନ୍ୟପଟେ ନର୍ସ ୟୁନିଅନ ଧର୍ମଘଟବନ୍ଦ ବନ୍ଦ ନକଲେ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି।

ଦିଲ୍ଲୀ ଏଆଇଏମ୍ଏସ୍ ନର୍ସ ୟୁନିଅନ ଅନୁଯାୟୀ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ଚୁକ୍ତି ଭିତ୍ତିରେ ବାହାରୁ ନର୍ସମାନଙ୍କୁ ନିଯୁକ୍ତି ଦେଉଛି। ଯାହାକି ତାଙ୍କୁ ଧର୍ମଘଟ କରିବାକୁ ବାଧ୍ୟ କରିଛି। ଏହି ଧର୍ମଘଟ ପୂର୍ବରୁ ଡିସେମ୍ବର୧୬ (ବୁଧବାର)ରୁ ପାଳନ କରାଯିବାର ଥିଲା। ହେଲେ AIIMS ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ନର୍ସ ସଙ୍ଘ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଘୋଷଣା କରିଛନ୍ତି। ଯାହାଫଳରେ ହସ୍ପିଟାଲର ସମସ୍ତ ସେବା ବାଧାପ୍ରାପ୍ତ ହୋଇଛି।

Latest Posts

Don't Miss