ଏବେ ବି ‘ଅପରେସନ ସିନ୍ଦୂର’ ଜାରି: ବାୟୁସେନା

1 min read

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଲା ବାୟୁସେନା । ଏ ନେଇ ବାୟୁସେନା କହିଛି ସଫଳତାର ସହିତ ଦିଆଯାଇଥିବା କାମ ସେନା କରିଛି  । ସଠିକ୍ ଭାବେ ଓ ପେସାଦାର ଭାବେ ଅପରେସନ କରାଯାଇଛି । ଜାତୀୟ ଉଦ୍ଦେଶ୍ୟ ଅନୁସାରେ ଅପରେସନ ହୋଇଥିଲା  । ବର୍ତ୍ତମାନ ବି ଅପରେସନ ଜାରି ରହିଥିବାରୁ ପରେ ବିସ୍ତୃତ ସୂଚନା ଦିଆଯିବ । ନିଜେ ନିଜେ କିଛି ନ ଭାବିବାକୁ IAF ଅନୁରୋଧ ମଧ୍ୟ କରିଛି । ଯାଞ୍ଚ ହୋଇନଥିବା ସୂଚନା ସେୟାର ନ କରିବାକୁ ମଧ୍ୟ ବାୟୁସେନାର ଅନୁରୋଧ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ହେବା ପରେ ଏହି ବୈଠକ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ। ପରିବର୍ତ୍ତିତ ପରିସ୍ଥିତିର ସମୀକ୍ଷା ସହିତ ଆଗାମୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି। ଅସ୍ତ୍ରବିରତି କରିବା ପାଇଁ ଗତକାଲି ଭାରତ-ପାକିସ୍ତାନ ରାଜି ହୋଇଥିଲେ। ଏପ୍ରିଲ ୨୨ରେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଯୁଦ୍ଧ ପରିସ୍ଥିତି। ପ୍ରବଳ ଉତ୍ତେଜନା ହୋଇଥିଲା। ଡ୍ରୋନ୍ ଆକ୍ରମଣ ହୋଇଥିଲା। ଭାରତର ଆକ୍ରମଣରେ ପାକିସ୍ତାନରେ ଥିବା ବହୁ ଆତଙ୍କବାଦୀ ଶିବିର ଧ୍ଵଂସ ପାଇବା ସହିତ ପରେ କେତେକ ସାମରିକ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଥିଲା। କିନ୍ତୁ ପାକିସ୍ତାନର ସମସ୍ତ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ। … .