ଅହମ୍ମଦାବାଦରେ ବିମାନ ଦୁର୍ଘଟଣା : ଜାଣନ୍ତୁ କେଉଁ ଦେଶର କେତେ ଯାତ୍ରୀ ଥିଲେ…
1 min read
ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦରେ ବଡ଼ ବିମାନ ଦୁର୍ଘଟଣା। କ୍ରାସ ହେଲା ଏୟାର ଇଣ୍ଡିଆର ବିମାନ AI-171। ଉଡାଣ ଭରିବାର ୫ମିନିଟ ମଧ୍ୟରେ କ୍ରାସ ହେଲା ଏୟାର ଇଣ୍ଡିଆ ବିମାନ। ମେଘାନୀ ନଗର ନିକଟରେ ଏକ ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିଲା ବିମାନ। ଏଥିରେ ୧୭୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନରେ ଥିଲେ ୨୩୦ ଯାତ୍ରୀଙ୍କ ସହ ୧୨ ଜଣ କ୍ରୁ ମେମ୍ବର। ବିମାନ ଦୁର୍ଘଟଣା ପରେ ଆକାଶରେ ଘୋଟିଯାଇଥିଲା କଳା ଧୂଆଁ।
ଏକ ମେଡିକାଲ କଲେଜ ହଷ୍ଟେଲ ଉପରେ ଯାଇ ଖସିଥିବା ବିମାନ।ଦୁର୍ଘଟଣାରେ ସିଭିଲ ହସ୍ପିଟାଲର ୧୫ ଜଣ ଡାକ୍ତର ଆହତ ହୋଇଥିବା ସୂଚନା ମିଳିଛି। ବିମାନଟି ଅହମ୍ମାଦାବାଦରୁ ଲଣ୍ଡନ ଯାଉଥିଲା। ବିମାନରେ ୧୬୯ ଜଣ ଭାରତୀୟ ଯାତ୍ରୀ ଥିଲେ। ସେହି ବିମାନର ବ୍ରିଟେନର ୫୩ ଯାତ୍ରୀଙ୍କ ସହ ପର୍ତ୍ତୁଗାଲର ୭ ଏବଂ ଜଣେ କାନାଡା ନାଗରିକ ଥିଲେ। ମେଘାନୀ ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ। ବିମାନ ଦୁର୍ଘଟଣା ପରେ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଥିଳା। ଏନଡିଆରଏଫର ୬ଟି ଟିମ ରେସକ୍ଯୁ ଅପରେସନ ଲାଗି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ।
ରେସକ୍ଯୁ ଅପରେସନରେ ବିଏସଏଫ୍ ଯବାନଙ୍କ ସହ ସେନାର ଯବାନ ମଧ୍ୟ ସାମିଲ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ସମସ୍ତ ସଡ଼କ ପଥକୁ ସିଲ୍ କରାଯାଇଛି।AIC-171 ଏୟାର ଇଣ୍ଡିଆ ବିମାନରେ ୩ ଶହରୁ ଅଧିକ ଯାତ୍ରୀ ପରିବହନର କ୍ଷମତା ରହିଛି। ଦୂରଯାତ୍ରା କରୁଥିବାରୁ ବିମାନରେ ଭରି ରହିଥିଲା ଇନ୍ଧନ। ଉଡ଼ାଣ ଭରିବା ପରେ ତଳକୁ ଖସି ମେଡିକାଲ କଲେଜ ହଷ୍ଟେଲରେ ମାଡ଼ ହେବା ପରେ ବିମାନରେ ବିସ୍ଫୋରଣ ଘଟିଥିଲା। ବୋଇଁ 787-8 ଡ୍ରିମଲାଇନର ବିମାନ ହେଉଛି ଏୟାରଇଣ୍ଡିଆର ଏହି ବିମାନ।
ଦିନ ଗୋଟାଏ ୩୮ ମିନିଟରେ ବିମାନ କ୍ରାସ ହୋଇଥିଲା। ଗୋଟାଏ ୩୩ ମିନିଟରେ ବିମାନ ଟେକଅଫ୍ କରିଥିଲା। ଉଡାଣର ୫ ମିନିଟ ମଧ୍ୟରେ ବିମାନ କ୍ରାସ ହୋଇଥିଲା। ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିବା କୁହାଯାଉଛି। ବିଜୟ ରୂପାଣୀ ଲଣ୍ଡରେ ରହୁଥିବା ତାଙ୍କ ଝିଅ ପାଖକୁ ଯାଉଥିଲେ। ଗୁଜରାଟର ୧୬ତମ ମୁଖ୍ଯମନ୍ତ୍ରୀ ଥିଲେ ବିଜୟ ରୂପାଣୀ। ଲଣ୍ଡନର ଗାଟଉଇକ ଏୟାରପୋର୍ଟ ଯାଇଥାନ୍ତା ଏହି ବିମାନ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭରିଥିଲା ଉଡ଼ାଣ। ଖବର ପରେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଘଟଣାସ୍ଥଳକୁ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ.ଆର. ନାଇଡୁ ଯାଉଛନ୍ତି। ୮୨୫ଫୁଟ ଉଚ୍ଚରୁ ବିମାନ ଖସିପଡ଼ିଥିବା ଜଣାପଡିଛି।ବିମାନର ପାଇଲଟ ଥିଲେ କ୍ୟାପଟେନ ସୁମିତ ସବରୱାଲ। ସୁମିତଙ୍କ ଥିଲା ୮,୨୦୦ ଘଣ୍ଟା ବିମାନ ଉଡ଼ାଣ ଅନୁଭୂତି। ଲାଇନ ଟ୍ରେନିଂ କ୍ୟାପଟେନ ଥିଲେ ସୁମିତ ସବରୱାଲ। ୧୨ ବର୍ଷ ପୁରୁଣା ଥିଲା ଏୟାର ଇଣ୍ଡିଆ ବିମାନ। ୨୦୧୩ରେ ପ୍ରଥମ ଉଡ଼ାଣ ଭରିଥିଲା ବିମାନ। ପାଇଲଟ ସୁମିତଙ୍କୁ ସହଯୋଗ କରୁଥିଲେ କ୍ଲାଇବ କୁନ୍ଦର। ବିମାନ ଦୁର୍ଘଟଣାକୁ ନେଇ ଏୟାରଇଣ୍ଡିଆ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି। ହେଲପଲାଇନ ନମ୍ବର ହେଉଛି 1800 5691 444। ଏୟାର ଇଣ୍ଡିଆ ବିମାନ କ୍ରାସ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ