ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ୫ ବର୍ଷ ପାଇଁ ଛୁଟିରେ ପଠାଇବାକୁ ପ୍ରସ୍ତୁତି: ବୋର୍ଡ ଦେଲା ଅନୁମତି

1 min read

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର କର୍ମଚାରୀମାନଙ୍କୁ ୬ ମାସରୁ ୬୦ ମାସ ପର୍ଯ୍ୟନ୍ତ ଛୁଟିରେ ପଠାଇବାକୁ ପ୍ରସ୍ତୁତ ହେଉଛି | ଏୟାର ଇଣ୍ଡିଆ ବୋର୍ଡ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯାଇଛି । କିଛି ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ବିନା ବେତନରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଯିବା । ଏନେଇ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ବୋର୍ଡ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଅନୁମତି ଦିଆଯାଇଛି ।

ଏହି ଯୋଜନା ଅନୁଯାୟୀ, ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ୬ ମାସ ଯାଏଁ ବିନା ବେତନରେ ଛୁଟିରେ  ପଠାଇବା ପରେ ଏହାକୁ ୬୦ ମାସ ଅର୍ଥାତ୍ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ |

Air India grounds 130 flight attendants 'for being overweight ...

ପ୍ରଥମେ ବର୍ଷ, ତାପରେ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ

ଅଧିକୃତ ନିର୍ଦ୍ଦେଶ ଅନୁସାରେ, ଏୟାର ଇଣ୍ଡିଆ ସିଏମଡି ରାଜୀବ ବଂସାଲ ବର୍ତ୍ତମାନ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଛୁଟିରେ ପଠାଇ ପାରିବେ। ଏହାକୁ ପାଞ୍ଚ ବର୍ଷ ଯାଏଁ ବୃଦ୍ଧି କରାଯାଇପାରେ | କୁହାଯାଉଛି ଯେ ଆର୍ଥିକ ସଂକଟକୁ ଦୂର କରିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ ବିମାନ ସେବା ପକ୍ଷରୁ ଏହି ଯୋଜନା କରାଯାଇଛି । ଏୟାର ଇଣ୍ଡିଆ ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ କେନ୍ଦ୍ର ସରକାର ବିମାନ ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି। ସମ୍ପ୍ରତ୍ତି କରୋନା ଭୂତାଣୁ ବିସ୍ତାର ହେତୁ ବିମାନର ବିକ୍ରୟ ପ୍ରକ୍ରିୟା ଭାରସାମ୍ୟ ହରାଇ ରହିଛି ।

Air India asks cabin crew to carry uniform when on holiday, report ...

କର୍ମଚାରୀଙ୍କ ପରର୍ଫମାନ୍ସ ମାପିବାକୁ ୩ଟି ମାପଦଣ୍ଡ

କୌଣସି କର୍ମଚାରୀଙ୍କ ମୂଲ୍ୟାଙ୍କନ କରିବା ଏବଂ ଏୟାରଲାଇନ୍ସର ଆବଶ୍ୟକତା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ସ୍ତରକୁ ଆଧାର କରି ବିନା ବେତନ ଛୁଟିରେ ପଠାଇବାର ଅଧିକାର ରହିଛି ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏହି ଯୋଜନା ଘୋଷଣା ପରେ ଏୟାର ଇଣ୍ଡିଆ ମୁଖ୍ୟାଳୟର ସମସ୍ତ ବିଭାଗ ମୁଖ୍ୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ଆଞ୍ଚଳିକ ନିର୍ଦ୍ଦେଶକମାନେ ପ୍ରତ୍ୟେକ କର୍ମଚାରୀଙ୍କୁ ଏହି ତିନୋଟି ମାପଦଣ୍ଡ ଅନୁଯାୟୀ ଆକଳନ କରିବେ।

କରୋନା ଯୋଗୁଁ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମିଳିବ ସରକାରୀ ଚାକିରି

ମୂଲ୍ୟାଙ୍କନ ପରେ, ଛୁଟିରେ ପଠାଯିବାକୁ ଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହେବ | ଏହି ତାଲିକାରେ CMDର ଅନୁମୋଦନ ପରେ କର୍ମଚାରୀମାନଙ୍କୁ ବିନା ବେତନରେ ଛୁଟିରେ ପଠାଯିବ ।

Leave a Reply