ଭୁବନେଶ୍ବରରୁ ଆବୁଧାବିକୁ ଆରମ୍ଭ ହେଲା ବିମାନ ସେବା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ବିମାନ ସେବା ଆରମ୍ଭ । କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ଏହି ବିମାନରେ ଆଜି ୧୮୦ଜଣ ଯାତ୍ରୀ ସିଧାସଳଖ ଭାବରେ ଭୁବନେଶ୍ୱରରୁ ଆବୁଧାବିକୁ ଯାତ୍ରା କରିଛନ୍ତି । ଏହି ବିମାନସେବା ଦ୍ୱାରା ଓଡ଼ିଶା ସିଧାସଳଖ ମିଡିଲ୍ ଇଷ୍ଟ ଦେଶଗୁଡ଼ିକ ସହ ଯୋଡ଼ି ହୋଇପାରିଛି । ଏହି ବିମାନସେବା ଦ୍ୱାରା ଓଡ଼ିଶାରେ ବାଣିଜ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା ଏବଂ ରାୟଗଡ଼ ଜିଲ୍ଲାରୁ ୫୦ ଟନ ଆମରପାଲି ଆମ୍ବ ଆଜି ଆବୁଧାବିକୁ ରପ୍ତାନି କରାଯାଇଛି । ଓଡ଼ିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ପାଇଁ ଆମ ସରକାର ଭୁବନେଶ୍ୱରରୁ ଡେରାଡୁନ, କୋଚି, ଗାଜିଆବାଦ ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି । ଝାରସୁଗୁଡ଼ାରୁ ମୁମ୍ବାଇ, ଲକ୍ଷ୍ନୌ ଏବଂ ରୟପୁରରୁ ବିମାନସେବା ଆରମ୍ଭ ହୋଇଛି । ଓଡ଼ିଶା ହେବ ଓଡ଼ିଶାର ଇଣ୍ଡିଗୋ ହବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।