ଆଜିଠୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

1 min read

ରାଉରକେଲା: ଏଣିକି ଦେଢ ଘଣ୍ଟାରେ ରାଉରକେଲାରୁ ଯାଇହେବ କୋଲକତା । ରାଜ୍ୟ ସରକାରଙ୍କ ସହଯୋଗରେ ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହେଵ । ସପ୍ତାହରେ ୩ ଦିନ ମଙ୍ଗଳବାର, ଗୁରୁବାର, ଶନିବାର ବିମାନ ସେବା ମିଳିବ । ଆଲାଏନ୍ସ ଏୟାର ବିମାନସେବା ଯୋଗାଇଦେବ  । ଏହାଦ୍ବାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ । ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି ବିମାନ ସେବା । ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରାଯାଇଛି । ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି । ଏହାଦ୍ବାର ସହରର ବ୍ୟବସାୟୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ।