spot_img

Latest Posts

‘ତହ୍ନାଜୀ’ ପରେ ‘ମୈଦାନ’ରେ ଅଜୟ

ମୁମ୍ବାଇ: ଅଜୟ ତାଙ୍କ ବଡ଼ ସଫଳତା ପରେ ଏବେ ଆଉ ଏକ ଖୁସି ଖବର ନେଇ ବକ୍ସ ଅଫିସରକୁ ବ୍ୟାକ କରିବାକୁ ଯାଉଛନ୍ତି । ଜାନୁଆରୀ ୧୦ରେ ରିଲିଜ ହୋଇଥିବା ତାଙ୍କ ଅଭିନିତ ଫିଲ୍ମ ତହ୍ନାଜୀ ଯାହା ବକ୍ସ ଅଫିସରେ କରିଥିଲା ଟୋଟାଲ ଧମାଲ । ଏବଂ ଏହି ଫିଲ୍ମ ୧୮ ଦିନରେ ୨୩୦ କୋଟି ଆୟ କରିସାରିଛି । ଖୁବଶୀଘ୍ର ଏହି ଫିଲ୍ମ ୨୫୦କୋଟି କ୍ଲବରେ ସାମିଲ ମଧ୍ୟ ହେବାକୁ ଯାଉଛି ।ଏହାର ବଡ଼ ସଫଳତା ପରେ ଅଜୟ ଦେବଗନଙ୍କ ଆଉ ଏକ ଫିଲ୍ମ ‘ମୈଦାନ’ର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ଏହାକୁ ନିଜେ ଅଜୟ ଦେବଗନ ରିଲିଜ କରିଛନ୍ତି । ଯେଉଁଥିରେ ଅଜୟଙ୍କୁ ଏକ ଫର୍ମାଲ ଲୁକରେ ଦେଖିବାକୁ ମିଳିଛି । ଏନେଇ ଅଜୟ ୨ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋ ସେୟାର କରି କ୍ୟାପସନରେ ଅଜୟ ଲେଖିଛନ୍ତି ‘ବଦଲାବ ଲାନେ କେଲିଏ ଏକ ଅକେଲା ଭି କାଫି ହୋତା ହେ’ ଲେଖିଥିବା ବେଳେ ଅନ୍ୟଏକ ଫଟୋର କ୍ୟାପସନରେ ସେ ଲେଖିଛନ୍ତି ‘ଏ କାହାଣୀ ହେଉଛି ଭାରତୀୟ ଫୁଟବଲର ସ୍ୱର୍ଣ୍ଣିମ ଅଧ୍ୟାୟର ଏବଂ ତାହାର ସବୁଠୁ ବଡ଼ ଏବଂ ସଫଳ କୋଚଙ୍କର’ । ପୋଷ୍ଟରରେ ତାଙ୍କ ଲୁକ୍ ହିଁ ପ୍ରମାଣିତ କରୁଛି ଫିଲ୍ମରେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ।

ଭଂସାଲିଙ୍କ ଫିଲ୍ମରେ ଏକାଠି ଆସିବେ ଅଜୟ ଓ ରଣବୀର

Latest Posts

Don't Miss